Only for Entertainment

ପାର୍ଟିରେ ମଦ ପିଇ ମାତାଲ ହେଲେ ସିନେ ଷ୍ଟାର, ଦେଖନ୍ତୁ ଭାଇରାଲ ଭିଡ଼ିଓ

aajtak
254

ବଲିଉଡ ନିର୍ମାତା କରଣ ଜୋହରଙ୍କୁ ଘରେ ସାଙ୍ଗ ମାନଙ୍କ ସହିତ ପାର୍ଟି କରିବାକୁ ଖୁବ ଭଲ ଲାଗେ । ଅଧିକାଂଶ ସମୟରେ ସେ ସାଙ୍ଗ ମାନଙ୍କ ସହିତ ଘରେ ପାର୍ଟି କରୁଥିବାର ନଜର ଆସନ୍ତି । ଗତ ଶନିବାରକୁ ମଧ୍ୟ ଏକ ପାର୍ଟିର ଆୟୋଜନ କରିଥିଲେ କରଣ ଜୋହର । ପାର୍ଟିରେ ବଲିଉଡ ଷ୍ଟାର ଦୀପିକା ପାଦୁକୋନ, ରଣବୀର କପୂର, ବରୁଣ ଧାୱନ ଓ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲ, ଅର୍ଜୁନ କପୂର, ମଲାଇକା ଅରୋରା, ବିକ୍କି କୌଶଲ, ଶାହିଦ କପୂର ଓ ତାଙ୍କ ପତ୍ନୀ ମୀରା ଏବଂ ନିର୍ଦ୍ଦେଶକ ଜୋୟା ଅଖତର ପହଂଚିଥିଲେ ।

ଏହି ଲେଟ ଲାଇଟ ପାର୍ଟିରେ ଖୁବ ମସ୍ତୀ ହେଲା, ଯାହାର ଭିଡ଼ିଓ କରଣ ଜୋହର ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ଏହି ଭିଡ଼ିଓରେ ସବୁ ଷ୍ଟାରଙ୍କୁ ଏଭଳି ଅନ୍ଦାଜରେ ଦେଖି ଆପଣ ନ ହସି ରହିପାରିବେ ନାହିଁ ।

 

 

View this post on Instagram

 

Saturday night vibes

A post shared by Karan Johar (@karanjohar) on

ଏହି ଭିଡ଼ିଓକୁ ପାଂଚ ଲକ୍ଷରର ଅଧିକ ଥର ଦେଖା ସରିଛି । ଗୋଟିଏ ପାଶ୍ୱର୍ରେ ଯେତେବେଳେ ଏହି ଭିଡ଼ିଓ ଦେଖି ଫ୍ୟାନ୍ସ ଖୁସି ହେଉଛନ୍ତି, ଅନ୍ୟ ପକ୍ଷେ ଏହା ମଧ୍ୟ ପଚାରୁଛନ୍ତି ଆଲିୟା ଭଟ୍ଟ ଏବଂ ରଣବୀର ସିଂ କାହାଁନ୍ତି?

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More