Only for Entertainment

ରଣବୀର ସିଂଙ୍କ ସହିତ ‘ଖଲିବଲି’ ଗୀତରେ ଡ୍ୟାନ୍ସ କଲେ ଦୀପିକା ପାଦୁକୋନ, ଭିଡିଓ ଭାଇରାଲ ।

Hindustan
31

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର ସିଂ ନିକଟରେ ଏଚଟି ଦ୍ୱାରା ଆୟୋଜିତ ଏକ ଇଭେଣ୍ଟରେ ପହଁଚିଥିଲେ । ଏହି ଇଭେଣ୍ଟରେ ଦୀପିକା ଏବଂ ରଣବୀରଙ୍କ ମଧ୍ୟରେ ଏପରି କିଛି ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା ଯାହାକୁ ଦେଖିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ଜବରଦସ୍ତ କେମେଷ୍ଟ୍ରୀ ନଜର ଆସିଛି ।

ରଣବୀର ସିଂ ଏହି ଇଭେଣ୍ଟର ଏକ ଭିଡିଓ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ଯେଉଁଥିରେ ସେ ଦୀପିକା ପାଦୁକୋନଙ୍କ ସହିତ ଷ୍ଟେଜରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ରଣବୀର ଏବଂ ଦୀପିକା ଫିଲ୍ମ ‘ପଦ୍ମାବତ’ର ଗୀତ ଖଲିବଲିରେ ଡ୍ୟାନ୍ସ ଷ୍ଟେପ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ରଣବୀର ମସ୍ତିଭରା ଅନ୍ଦାଜରେ ଦୀପିକାଙ୍କୁ ଡ୍ୟାନ୍ସ ଷ୍ଟେପ ଶିଖାଇଥିଲେ । ଏହା ପରେ ଦୀପିକା ତାଙ୍କୁ ଆଲିଙ୍ଗନ କରି ଧନ୍ୟବାଦ ଜଣାଇଥିଲେ । ଦୁହିଁଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡୁଆରେ ଭାଇରାଲ ହେବାରେ ଲାଗିଛି ।

 

 

View this post on Instagram

 

What in the Habibi is going on here?! ? @deepikapadukone

A post shared by Ranveer Singh (@ranveersingh) on

କହିରଖୁଛୁ ଯେ, ଏହି ଦୁଇ ଷ୍ଟାର ରଣବୀର ଏବଂ ଦୀପିକା ଏବେ ନଜର ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖବର ଅନୁସାରେ ଦୁହେଁ ଚଳିତ ବର୍ଷ ନଭେମ୍ବରରେ ବିବାହ କରିପାରନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ପଦ୍ମାବତରେ ଦୁଇ ଷ୍ଟାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ରଣବୀର ଏବେ ନିଜର ଆଗାମୀ ଫିଲ୍ମ ‘ସିମ୍ବା’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଦୀପିକା ଖୁବଶୀଘ୍ର ଏସିଡ ଆକ୍ରାନ୍ତ ଲକ୍ଷ୍ମୀଙ୍କ ବାୟୋପିକ ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More