Only for Entertainment

ଶେଷ ହେଲା ଅପେକ୍ଷା, ଆଜି ଏହି ସମୟରେ ବିବାହର ଫଟୋ ସେୟାର କରିବେ ଦୀପବୀର ।

DNA
23

ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଦୁହେଁ ବୁଧବାର କୋଙ୍କଣୀ ପରମ୍ପରାରେ ନବିବାହ କରିଛନ୍ତି । ଫ୍ୟାନ୍ସ ମଧ୍ୟ ତାଙ୍କ ବିବାହକୁ ନେଇ ଖୁବ ଏକ୍ସାଇଟେଡ ଅଛନ୍ତି । ଲୋକେ ଉତ୍ସାହର ସହିତ ଦୀପବୀରଙ୍କ ଅଫିସିଆଲ ୱେଡିଂ ଫଟୋକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏବେ ଦୀପବୀରଙ୍କ ଫ୍ୟାନ୍ସଙ୍କ ପ୍ରତୀକ୍ଷା ଶେଷ ହେବାକୁ ଯାଉଛି । ଖବର ଅନୁସାରେ ଏହି ଦୁଇ କପଲ ଗୁରୁବାର ଅର୍ଥାତ ଆଜି ସଂଧ୍ୟା ୬ଟାରେ ବିବାହର ଅଫିସିଆଲ ଫଟୋ ସ୍ୟାର କରିବେ ।

ଖବର ଅନୁସାରେ, ଦୀପିବୀର ସୋସିଆଲ ମିଡିଆରେ ଖୋଦ ନିଜ ବିବାହର ଫଟୋ ସେୟାର କରିବେ । ଏହି ବିବାହକୁ ବିଶାଲ ପଂଜାବୀ ସୁଟ କରୁଛନ୍ତି । ଆଜି ସିନ୍ଧୀ ପରମ୍ପରାରେ ବିବାହ କରିବା ପରେ ଦୁହେଁ ଫ୍ୟାନ୍ସଙ୍କ ସହିତ ବିବାହ ଫଟୋ ସେୟାର କରିବେ ।

ରଣବୀର ସିଂ ଏବଂ ଦୀପିକା ଆଜି ସିନ୍ଧୀ ପରମ୍ପରାରେ ବିବାହ କରିବେ । ୧୪ ନଭେମ୍ବରରେ ଦୁହେଁ କୋଙ୍କଣୀ ରିତିନିତିରେ ବିବାହ କରିଛନ୍ତି । ଖବର ଅନୁସାରେ ୨୧ ନଭେମ୍ବରରେ ଦୁହେଁ ବେଙ୍ଗାଲୁରରେ ଏବଂ ୨୮ ନଭେମ୍ବରରେ ମୁମ୍ବାଇରେ ରିସେପ୍ସନ ପାର୍ଟି ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More