Only for Entertainment

ଆମିର ଖାନଙ୍କ ଫିଲ୍ମକୁ ଦୀପିକାଙ୍କ ନା, ‘ମହାଭାରତ’ରେ ଦ୍ରୌପଦି ଭୂମିକା ହୋଇଥିଲା ଅଫର ।

The Indian Movie Channel
39

ଆମିରଙ୍କ ଅଫରକୁ ମନା କଲେ ବଲିଉଡର ଆଗ ଧାଡିର ନାୟିକା ଦୀପିକା ପାଦୁକୋନ । ଆମିର୍ ଖାନ୍ ଗତ କିଛି ମାସ ହେବ ନିଜ ଡ୍ରିମ୍ ପ୍ରୋଜେକ୍ଟ ମହାଭାରତର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଆଉ ଏହି ସିନେମାର ପ୍ରି-ପ୍ରଡକ୍ସନ୍ କାମ ମଧ୍ୟ ଆରମ୍ଭ ହୋଇସାରିଛି । ତେବେ ଆମିର୍ ନିଜର ଏହି ଡ୍ରିମ୍ ପ୍ରୋଜେକ୍ଟରେ ଦ୍ରୌପଦି ଚରିତ୍ର ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଅଫର୍ କରିଥିଲେ । ଗତ କିଛି ଦିନ ଆଗରୁ ଦୀପିକାଙ୍କ ଘର ବାହାରେ ଆମିର୍ ଖାନଙ୍କୁ ସ୍ପଟ୍ ମଧ୍ୟ କରାଯାଇଥିଲା ।

amir-deepika

ତେବେ ଆମିରଙ୍କ ଏତେ ବଡ ଅଫରକୁ ଅଭିନେତ୍ରୀ ଦୀପିକା ପାଦୁକୋନ ମନା କରିଦେଇଛନ୍ତି । କାରଣ ତାଙ୍କ ହାତରେ ପୂର୍ବରୁ ହିଁ ମେଘନା ଗୁଲଜାରଙ୍କ ଏକ ସିନେମାର ଅଫର୍ ରହିଛି । ଯାହା ଏକ ଏସିଡ୍ ଆଟାକ୍ ସର୍ଭାଇବରଙ୍କ ଉପରେ ଆଧାରିତ ହେବ । ଯାହା ପାଇଁ ଆମିରଙ୍କ ଅଫରକୁ ମନା କରିଛନ୍ତି । ତେବେ ଆମିର୍ ଆଗରୁ ବି ଏକ ଇଂଟରଭ୍ୟୁରେ କହିଥିଲେ, ଯେ ସେ ଦୀପିକା ପାଦୁକୋଣଙ୍କ ସହ କାମ କରିବାକୁ ଚାହୁଁଛନ୍ତି । ହେଲେ ତାଙ୍କର ଏହି ଇଚ୍ଛା ଏବେ ପୂରଣ ହେବନି ଭଳି ଲାଗୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More