Only for Entertainment

ବିବାହ ସମ୍ପର୍କରେ ପ୍ର୍ରଶ୍ନ ଆସିବାକୁ ନେଇ ରାଗିଲେ ମସ୍ତାନୀ, ପ୍ରଶ୍ନ କରିଥିବା ବ୍ୟକ୍ତିଙ୍କୁ କହିଲେ ‘ଇନସେଂସିଟିଭ’ !

The News Minute
0 35

ରଣବୀର ଏବଂ ଦୀପିକାଙ୍କ ବିବାହ ଖବର ଅନେକ ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଏବେ ଏକ ହଟ ଟପିକ । ସମସ୍ତେ ଜାଣିବାକୁ ଚାହାନ୍ତି ଏହି ବିବାହ ସମ୍ପର୍କରେ ଯେ ମସ୍ତାନୀ କେବେ ବାଜିରାଓଙ୍କୁ ବିବାହ କରିବେ । କିନ୍ତୁ ଦୁହେଁ ଏ ସମ୍ପର୍କକୁ ପ୍ରାଇଭେଟ ରଖିବାକୁ ଚାହାନ୍ତି । ସେହିଭଳି ଏକ ଇଭେଂଟରେ ଯେତେବେଳେ ଏ ସମ୍ପର୍କ ଦୀପିକାଙ୍କୁ ପ୍ରଶ୍ନ କରାଯାଇଥିଲା । ଦୀପିକା ଏହା ଶୁଣି ରାଗି ଯାଇଥିଲେ ଏବଂ ପ୍ରଶ୍ନ ପଚାରିବା ବ୍ୟକ୍ତିଙ୍କୁ ଇନସେଂସିଟିଭ କହିଥିଲେ ।

ଅସଲରେ ଦୀପିକା ନିକଟରେ ଫିକ୍କିର ଏକ ଇଭେଂଟରେ ଭାଗ ନେଇଥିଲେ । ଏଠାରେ ନିଜର ଡିପ୍ରେଶନରୁ କିଭଳି ମୁକ୍ତି ପାଇଥିବା ଭଳି ଗମ୍ଭୀର ଘଟଣା ବିଷୟରେ କହିବା ସମୟରେ କେହି ଜଣେ ତାଙ୍କୁ ବିବାହ ବିଷୟରେ ପ୍ରଶ୍ନ କରିଥିଲେ । ଯେଉଁ କାରଣରୁ ସେ ରାଗି ଯାଇ ଉତ୍ତର ଦେଇ କହିଥିଲେ ଯେ ସେ ତାଙ୍କର କୌଣସି ପ୍ରଶ୍ନର ଉତ୍ତର ଦେବେ ନାହିଁ ।

ସେ କହିଥିଲେ ଯେ କିଛି ଗମ୍ଭୀର ଘଟଣା ବିଷୟରେ କଥା ହେବା ବେଳେ ସେ ଏଭଳି ପ୍ରଶ୍ନ କରିବାକୁ ଦୀପିକା ଏଭଳି ରାଗି ଯାଇଥିଲେ । ଗୋଟେ ପଟୁ ଦେଖିବାକୁ ଗଲେ ସେ ତାଙ୍କ ତରଫରୁ ଠିକ କରିଛନ୍ତି । ସବୁ ଇଭେଂଟରେ ସମାନ ପ୍ରଶ୍ନ କଲେ କେହି ବି ରାଗିବା ସ୍ୱାଭାବିକ ।
ଏଠାରେ ଆମେ କହି ରଖୁଛୁ ଯେ ରଣବୀର ଏବଂ ଦୀପିକାଙ୍କ ବିବାହକୁ ନେଇ ଫ୍ୟାନ୍ସ ମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି, କାରଣ ଅନେକ ଦିନ ଧରି ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More