Only for Entertainment

ଛପାକ : ଲକ୍ଷ୍ମୀ ଅଗ୍ରୱାଲଙ୍କ ଲୁକରେ ସୁଟିଂ ସେଟରେ ପହଁଚିଲେ ଦୀପିକା, ଚିହ୍ନି ପାରିଲେ ନାହିଁ ଲୋକେ

aajtak
23

ଦୀପିକା ପାଦୁକୋନଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂ ପାଇଁ ଦିଲ୍ଲୀରେ ଅଛନ୍ତି । ଫିଲ୍ମର ସୁଟିଂ ପାଇଂ ଦୀପିକା ଯେତେବେଳେ ସୁଟିଂ ସେଟରେ ପହଁଚିଲେ ତାଙ୍କର ଲୁକକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କରଣ ଦୀପିକା ଗ୍ଲାମରସ ଲୁକକୁ ଛାଡି ଏସିଜ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିଥିଲେ ।

 

ଦୀପିକା ନିଜର ପରିବର୍ତ୍ତନ ଲୁକ ସହିତ ସୁଟିଂ ସେଟରେ ଏଣ୍ଟ୍ରି ନେଇଥିଲେ । ଯାହା ସେଠାରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଦୀପିକା ସେଟରେ ପହଁଚିବା ପରେ କାରରୁ ଓହ୍ଲାଇ ନିଜର ଫ୍ୟାନ୍ସଙ୍କୁ ହାତ ହଲାଇ ହ୍ୟାଲୋ କହିଥିଲେ । ସୁଟିଂ ସେଟରେ ଦୀପିକାଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଛପାକ’ର କାହାଣୀ ଏସିଡ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଫିଲ୍ମରେ ଦୀପିକାଙ୍କ ଚରିତ୍ର ନାମ ମାଳତୀ ରଖାଯାଇଛି । ନିକଟରେ ଦୀପିକା ଫିଲ୍ମର ଫାଷ୍ଟ ଲୁକ ସେୟାର କରିଥିଲେ ଏହା ସହିତ ଫିଲ୍ମର ରିଲିଜ ଡେଟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More