Only for Entertainment

ବାପାଙ୍କ ସହ ଏୟାରପୋର୍ଟରେ ସ୍ପଟ ହେଲେ ଦୀପିକା ପାଦୁକୋଣ, ଦେଖିବାକୁ ମିଳିଲା ବାପା ଝିଅଙ୍କ ଖାସ ବଣ୍ଡିଂ !

41

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ନିଜ ବାପା ପ୍ରକାଶ ପାଦୁକୋଣଙ୍କ ସହ ଖୁବ କ୍ଲୋଜ ଅଟନ୍ତି । ଏହାର ପ୍ରମାଣ ନିକଟରେ ଏକ ଫଟୋରୁ ମିଳିଛି । ଅସଲରେ ଦୀପିକାଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ବାପାଙ୍କ ସହ ନଜର ଆସିଛନ୍ତି । ଦୁହେଁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଥିଲେ ।

ଦୀପିକା ନିଜ ବାପାଙ୍କ ସହ ମୁମ୍ବାଇରୁ ବାଙ୍ଗାଲୁରୁ ଗଲେ । ଫଟୋରେ ବାପା-ଝିଅଙ୍କ ଖାସ ବଣ୍ଡିଂ ନଜର ଆସିଛି । ଲୁକ ବିଷୟରେ କହିବାକୁ ଗଲେ ଏବେ ଦୀପିକା ଅଲବ୍ଲାକ ଲୁକରେ ନଜର ଆସିଛନ୍ତି ଏବଂ ସେହିଭଳି ତାଙ୍କ ବାପା ଗ୍ରୀନ ସାର୍ଟ ଏବଂ ଡେନିମରେ ନଜର ଆସିଥିଲେ । ଦୁହେଁ ବାପା-ଝିଅ ମିଡିଆ ଆଗରେ ଫଟୋ ପୋଜ ଦେଇଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ପ୍ରକାଶ ଜଣେ ପ୍ରସିଦ୍ଧ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ଅଟନ୍ତି । ଏହାସହ ସେ ଏକ ଏକାଡେମୀ ମଧ୍ୟ ଚଲାଇଛନ୍ତି ଏବଂ ସେଠାକୁ ଆସୁଥିବା ପିଲା ଏବଂ ଯୁବାଙ୍କୁ ବ୍ୟାଡମିଂଟନ ତାଲିମ ଦେଉଛନ୍ତି ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ଦୀପିକା ନିଜ ଫିଲ୍ମ ‘ଛପାକ’ର ସୁଟିଂ ଶେଷ କରିଛନ୍ତି । ଏହାପରେ ଲଣ୍ଡନରେ ନିଜ ସ୍ୱାମୀ ରଣବୀର ସିଂଙ୍କ ପାଖକୁ ଯାଇଥିଲେ । ଏହାପରେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More