ରିଲିଜ ହେଲା ‘ଛପାକ’ର ପ୍ରଥମ ଗୀତ ‘ନୋକ ଝୋକ’, ବ୍ୟାକ ଟୁ ବ୍ୟାକ ଦୁଇଟି ଫଟୋ ଶେୟାର କଲେ ଦୀପିକା
ଦୀପିକା ପାଦୁକୋନ ଷ୍ଟାରର ଫିଲ୍ମ ‘ଛପାକ’ର ପ୍ରଥମ ଗୀତ ‘ନୋକ ଝୋକ’ ରିଲିଜ ହୋଇ ସାରିଛି । ଏହି ଫିଲ୍ମ ଲକ୍ଷ୍ମୀ ଅଗ୍ରୱାଲଙ୍କ ବାସ୍ତବ ଜୀବନ ଉପରେ ଆଧାରିତ । ଆଜି ସକାଳେ ଦୀପିକା ବ୍ୟାକ ଟୁ ବ୍ୟାକ ଦୁଇଟି ଫଟୋ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଫଟୋରେ ମାଳତୀ ଏବଂ ଅମୋଲ ପରସ୍ପରକୁ ଖୁବ ପ୍ରେମଭରା ନଜରରେ ଦେଖୁ ଥିବାର ନଜର ଆସିଛି ।
ଦୀପିକା ମଧ୍ୟ ମାଳତୀ ଚରିତ୍ରକୁ ଖୁବ ଭଲ ଭାବରେ କରି ଥିବାର ନଜର ଆସିଛି । ଗୀତରେ ମାଳତୀଙ୍କୁ ବିକ୍ରାନ୍ତ ନ୍ୟାୟ ପାଇବା ପାଇଁ ସାହାଯ୍ୟ କରୁ ଥିବାର ନଜର ଆସିଛି । ଗୀତରେ ଦୁଇ ଜଣଙ୍କ ପ୍ରେମ କାହାଣୀ ମଧ୍ୟ ନଜର ଆସିଛି । ଏହି ଗୀତକୁ ଦୀପିକା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।