Only for Entertainment

ରିଲିଜ ହେବା କ୍ଷଣି ଅନଲାଇନ ଲିକ ହେଲା ଦୀପିକା ପାଦୁକୋଣ ଷ୍ଟାରର ଫିଲ୍ମ ‘ଛପାକ’ !

52

ଦୀପିକା ପାଦୁକୋଣ ଏବବଂ ବିକ୍ରାନ୍ତ ମେସୀଙ୍କ ଫିଲ୍ମ ଛପାକ’ରିଲିଜ ହେବା ଗୋଟିଏ ଦିନ ନ ହଉଣୁ ଏହା ଅନଲାଇନ ଲିକ ହୋଇଯାଇଛି । ଶୁଣିବାକୁ ମିଳିଛି ଯେ ବଲିଉଡ ଏବଂ ହଲିଉଡର ଅନେକ ଫିଲ୍ମ ଲିକ କରିସାରିଥିବା ତାମିଲ ରକର୍ସ ଏହି ଫିଲ୍ମକୁ ମଧ୍ୟ ଲିକ କରିଛନ୍ତି ।
ରିପୋର୍ଟ ମୁତାବକ ‘ଛପାକ’ର ରିଲିଜ ଦିନ ହିଁ ଏହି ଫିଲ୍ମ ତାମିଲ ରକର୍ସ ରେ ଉପଲବ୍ଧ ହୋଇଯାଇଥିଲା । ଏହାକୁ ନେଇ ନିର୍ମାତାର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

ସେହିଭଳି ଫିଲ୍ମକୁ ମିଳିଥିବା ପ୍ରତିକ୍ରିୟା ବିଷୟରେ କହିବାକୁ ଗଲେ ଦୀପିକା ପାଦୁକୋଣଙ୍କ ଅଭିନୟ ଖୁବ ପ୍ରଭାବିତ ନଜର ଆସିଛି । ବିଟାଉନର କଳାକାର ମଧ୍ୟ ଏହି ଫିଲ୍ମକୁ ଇମୋସନ୍ ଏବଂ ଧମାକାଦାର ଫିଲ୍ମ ବୋଲି କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଛପାକ’ ଏସିଡ ଆହତ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ । ଏଥିରେ ଦୀପିକା ଲକ୍ଷ୍ମୀଙ୍କ ଉପରେ ଏସିଡରେ ହୋଇଥିବା ଆକ୍ରମଣ, ନ୍ୟାୟ ପାଇଁ ଲଢେଇ, ସମାଜରେ ନିଜର ପରିଚୟ ବନାଇବା ପାଇଁ ସଂଘର୍ଷର କାହାଣୀକୁ ଦେଖାଯାଇଛି । ମେଘନା ଗୁଲଜର ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More