Only for Entertainment

୮କୋଟି ଟଙ୍କା ପାରିଶ୍ରମିକ ନେଉଥିବା ଦୀପିକା କହିଲେ କିଛି ଏଭଳି, ବଲିଉଡ ସମସ୍ତ ଅଭିନେତ୍ରୀ ଭାବିବାକୁ ହୋଇଯିବେ ମଜବୁର ।

twitter
0 64

ଗତକିଛି ଦିନ ପୂର୍ବେ ଦୀପିକା ପାଦୁକୋଣ ‘ଟାଇମ ୧୦୦’ଉତ୍ସବରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୀପିକା ନିଜର ସୁନ୍ଦରତା ଏବଂ ପୋଷାକ ଜରିଆରେ ଜଲୱା ଦେଖାଇଥିଲେ । ସେ ପହଂଚିବା କ୍ଷଣି ଲୋକମାନେ ଦୀପିକା ଦୀପିକା ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଥିଲେ । ଦୀପିକା ଏହି ସମାରୋହରେ ମହିଳାଙ୍କ ଅଧିକାର ସମ୍ପର୍କରେ କହିଥିଲେ ।


ଦୀପିକାଙ୍କ କହିବା ମୁତାବକ ଯଦି ଆପଣ କ୍ଷମତାଶୀଳ ଅଟନ୍ତି ତେବେ ଆପଣ ଆପଣଙ୍କ କ୍ଷମତା ଅନୁସାରେ ଡିମାଣ୍ଡ କରିପାରିବେ । ଦୀପିକା ଏହାମଧ୍ୟ କହିଛନ୍ତି ଯେ ବେଳେବେଳେ ଆପଣ ଅନୁଭବ କରୁଥିବେ ଆପଣ ଆପଣଙ୍କ ସ୍ତର ପାର କରୁଛନ୍ତି, ଏବଂ କ’ଣ ଆପଣ ଏହା ଲାୟକ? ମାତ୍ର ଯଦି ଆପଣ କ୍ଷମତାଶୀଳ ତେବେ ନିଜ ଡିମାଣ୍ଡ ଭରଣ କରିବା ପାଇଁ କୌଣସି ଲାଜ କରନ୍ତୁ ନାହିଁ ।


ଦୀପିକା ଏହା ମଧ୍ୟ କହିଛନ୍ତି ଆଗରୁ ତାଙ୍କୁ ଅଳ୍ପ ପାରିଶ୍ରମିକରେ ଖୁସି ହେବା ପାଇଁ କୁହାଯାଇଥିଲା ଏବଂ ପରେ କେବେକେବେ ପାରିଶ୍ରମିକ ବୃଦ୍ଧି ପାଇଁ ମଧ୍ୟ ପ୍ରତିଜ୍ଞା କରାଯାଉଥିଲା । କିନ୍ତୁ ପରେ ସେ ଏହା ଅନୁଭବ କରିଥିଲେ ଯେ ଯଦି ଜଣକ ପାଖରେ କ୍ଷମତା ରହିଛି ତେବେ ଉଚିତ ମୂଲ୍ୟ ପାଇଁ ସ୍ୱର ଉଠାଇବା ଆବଶ୍ୟକ ।


ଦୀପିକା ଟାଇମ ଦ୍ୱାରା ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରୁ କେବଳ ଦୀପିକା ପ୍ରଥମ ଭାରତୀୟ ଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ନିକୋଲ କିଡମ୍ୟାନ, ଗାଲ ଗଡୋତ, ଗ୍ରେଟା ଗାର୍ବିଗ ଏବଂ ଲେନା ବେଥ ମଧ୍ୟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦୀପିକା ସଭିଁଙ୍କୁ ନମସ୍ତେ କହି ଉପସ୍ଥିତ ବ୍ୟକ୍ତିଙ୍କ ହୃଦୟ କିଣି ନେଇଥିଲେ । ସେ ତାଙ୍କର ଅବସାଦ ସମୟର କାହାଣୀ ମଧ୍ୟ ସେୟାର କରିଥିଲେ । ଦୀପିକା ମାନସିକ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କାମ କରୁଥିବା ‘ଦ ଲବ ଲାଫ’ଫାଉଣ୍ଡେସନକୁ ସଂଚାଳନ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More