Only for Entertainment

ନା’ ନ ନେଇ ମଧ୍ୟ ସଲମାନଙ୍କୁ ଟାର୍ଗେଟ କରିଦେଲେ ଦୀପିକା ପାଦୁକୋନ

hindirush
210

ଦିନ ଥିଲା ଯେତେବେଳେ ଦୀପିକା ପାଦୁକୋନ ସଂଘର୍ଷ ମଧ୍ୟ ଗତି କରୁଥିଲେ । ସେ ସଂପୂର୍ଣ୍ଣ ଭାବରେ ଡିପ୍ରେସନକୁ ଚାଲି ଯାଇଥିଲେ । ଏଭଳି ଖରାପ ସମସ୍ୟାରୁ ସେ ନିଜେ ବାହାରିଲେ ଏବଂ ଆଜି ସେ ପୁଣିଥରେ ଇଣ୍ଡଷ୍ଟ୍ରିରେ ସ୍ଥାନ ସୃଷ୍ଟି କରି ପାରିଛନ୍ତି ତାହା ପୁଣି ଆଗ ଧାଡ଼ିର ନାୟିକା ଭାବରେ । ଆଜି ଦୀପିକା ଜଣେ ମୋଟିଭେସନାଲ ସ୍ପିକର ହୋଇ ଯାଇଛନ୍ତି ।

ଦୀପିକା ତାଙ୍କ ପୁରୁଣା ଦିନକୁ ମନେ ପକାଇ କହିଛନ୍ତିଯେ ଯଦି ଡିପ୍ରେସନକୁ ଶବ୍ଦରେ କହିହେବ ତେବେ ତାହାର ନାମ ହେବ ସଂଘର୍ଷ । ଦୀପିକା ସଲମାନଙ୍କ ନାମ ନ ନେଇ କହିଲେଯେ, ଲୋକ ଡିପ୍ରେସନକୁ ନେଇ ଦ୍ୱନ୍ଦରେ ପଡ଼ି ଯାଉଛନ୍ତି । ଏହାକୁ ସେମାନେ ସାମାନ୍ୟ ଦୁଃଖି ହେବା ଭାବି ନିଅନ୍ତି । ନିକଟରେ ଜଣେ ଷ୍ଟାର କହିଥିଲେ ତାଙ୍କ ନିକଟରେ ଡିପ୍ରେସନକୁ ଯିବା ପାଇଁ ଲଗଜରୀ ନାହିଁ । ଯେମିତି ଡିପ୍ରେସନକୁ ଯିବା ଏକ ପସନ୍ଦ ।

କହିରଖୁଛୁ କିଛି ଦିନ ପୂର୍ବରୁ ସଲମାନ ଖାନ ଡିପ୍ରେସନକୁ ନେଇ କହିଥିଲେଯେ, ମୁଁ ଦେଖିଛି ବହୁତ ଲୋକ ଛୁଟିରେ ଚାଲିଯାଆନ୍ତି, କିନ୍ତୁ ମୁଁ ଛୁଟିରେ ଯିବା ପାଇଁ ଲଗଜରୀ ଆଫର୍ଡ଼ କରିପାରିବି ନାହିଁ । କିନ୍ତୁ ମୁଁ ଏଭଳି କରିପାରିବି ନାହିଁ । ଭାବବିହ୍ୱଳ ହୋଇପାରିବି ନାହିଁ ବା ଅବସାଦକୁ ଯାଇପାରିବି ନାହିଁ ।
ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଦୀପିକା ପାଦୁକୋନ ଖୁବଶୀଘ୍ର ଫିଲ୍ମ ‘ଛପାକ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More