Only for Entertainment

ଇରଫାନଙ୍କ ବିନା ‘ସପ୍ନା ଦିଦି’ର ସୁଟିଂ ଆରମ୍ଭ କରିବେ ଦୀପିକା !

Indulgexpress
0 43

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ‘ପଦ୍ମାବତ’ ରିଲିଜ ପରେ ଛୋଟ ବ୍ରେକରେ ଅଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ଫ୍ୟାନ୍ସ ତାଙ୍କର ଆଗାମୀ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ କିଛି ସମୟରୁ ନିଜର ଆଗାମୀ ଫିଲ୍ମ ‘ସପ୍ନା ଦିଦି’କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଦୀପିକା ।

Vishal_Deepika_Irrfan

ଭିଶାଲ ଭରଦ୍ୱାଜଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଦୀପିକାଙ୍କ ସହିତ ଇରଫାନ ଖାନ ମଧ୍ୟ ନଜର ଆସିବେ । କିନ୍ତୁ ଇରଫାନଙ୍କ ସ୍ୱାସ୍ଥ୍ୟ ସମସ୍ୟା କରଣରୁ ଏହାର ସୁଟିଂକୁ ଘୁଞ୍ଚାଇ ଦିଆଯାଇଛି । ଏହାପରେ ଦୀପିକାଙ୍କ ଅପକମିଙ୍ଗ ପ୍ରେଜେକ୍ଟ ବିଷୟରେ ଜାଣିବା ପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।

deepika-irrfan

କିନ୍ତୁ ଏବେ ଶୁଣିବାକୁ ମିଳିଛି ଯେ ଦୀପିକା ‘ସପ୍ନା ଦିଦି’ର ସୁଟିଂ ଇରଫାନଙ୍କ ବିନା ହିଁ ଆରମ୍ଭ କରିବେ । ଏହାର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହି ଫିଲ୍ମ ମୁମ୍ବାଇର ଏକ ମାଫିଆ କ୍ୱିନ୍ ଉପରେ ଆଧାରିତ । ଏହା ଏପରି ଏକ ମହିଳାଙ୍କ କାହାଣୀ ଯେ ଯାହା କିଛି ବି କରିଛନ୍ତି ନିଜ ସାହାସର ସହିତ କରିଛନ୍ତି ।

ଦୀପିକାଙ୍କ କହିବା ଅନୁସାରେ ଏହି ଫିଲ୍ମର କାହାଣୀ ତାଙ୍କୁ ଖୁବ ଅନୁପ୍ରେରିତ କରିଛି । ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More