Only for Entertainment

ଦୀପିକାଙ୍କ ‘ଛପାକ’ ଫିଲ୍ମ ଦିଲ୍ଲୀ ସିଡ୍ୟୁଲ ଶେଷ, କିଛି ଏଭଳି ଅନ୍ଦାଜରେ ନଜର ଆସିଲେ ‘ମାଲତୀ’ !

31

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ କିଛି ଦିନ ହେବ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । କିଛି ଦିନ ପୁର୍ବେ ଦିଲ୍ଲୀରେ ସୁଟିଂ ଚାଲିଥିଲା । ଫିଲ୍ମ ସେଟରୁ ସୁଟିଂ ଆରମ୍ଭରୁ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସମାନେ ମଧ୍ୟ ଏହି ଫଟୋ ଏବଂ ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ଏବେ ଛପାକ ଫିଲ୍ମର ଦିଲ୍ଲୀ ସିଡ୍ୟୁଲ ଶେଷ କରିଛନ୍ତି ।

ଦିଲ୍ଲୀ ସିଡ୍ୟୁଲ ଶେଷ ହେବା ପରେ ଏହାର ଫଟୋ ଫିଲ୍ମ ନିର୍ଦ୍ଦେଶକ ମେଘନା ଗୁଲଜର ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେହିଭଳି ଦୀପିକା ମାଲତୀ ଭୂମିକାରେ ନଜର ଆସିଛନ୍ତି । ଏହି ଫଟୋ ସହ ମେଘନା କ୍ୟାପଶନ ଲେଖିଛନ୍ତି- happily halfway done ! Delhi schedule wrap for team.’

ଏଠାରେ ଆମେ କହି ରଖୁଛୁ ଯେ ସିଡ୍ୟୁଲ ଶେଷ ହେବା ପୂର୍ବରୁ ଦୀପିକା ଏବଂ ବିକ୍ରାନ୍ତଙ୍କ ମଧ୍ୟରେ କିସିଂ ସିନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଫିଲ୍ମରେ ବିବାହ ପରେ ପ୍ରଥମ ଥର ଦୀପିକା କାହା ସହ କିସିଂ ସିନରେ କରୁଥିବାର ନଜର ଆସିଥିଲେ ।

୨୨ଅପ୍ରେଲ ୨୦୦୫ରେ ଯେତେବେଳେ ଲକ୍ଷ୍ମୀ ଅଗ୍ରୱାଲ ୧୫ବର୍ଷ ବୟସର ହୋଇଥିଲେ , ସେତେବେଳେ ଜଣେ ଯୁବକ ତାଙ୍କ ଉପରେ ଏସିଡ ମାଡ କରିଥିଲେ । ଏହିଭଳି କିଛି ରହିଛି କାହାଣୀ । ଫିଲ୍ମ ଆଗାମୀ ବର୍ଷ ୧୦ଜାନୁୟାରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More