Only for Entertainment

ଛାତ ଉପରେ ବିକ୍ରାନ୍ତ ମାସିଙ୍କ ସହିତ ଲିପ ଲକ କରୁଥିବାର ନଜର ଆସିଲେ ଦୀପିକା ପାଦୁକୋନ ।

bollywood tadka
47

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଫିଲ୍ମ ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ପ୍ରତିଦିନ ସେଟରୁ ତାଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେଉଛି । ନିକଟରେ ଦୀପିକାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓରେ ସେ ବିକ୍ରାନ୍ତ ମାସିଙ୍କ ସହିତ ଲିପଲକ କରୁଥିବାର ନଜର ଆସିଛନ୍ତି । ଭାଇରାଲ ଭିଡ଼ିଓରେ ଦୁଇଜଣ ଛାତ ଉପରେ ଛିଡ଼ା ହୋଇଥିବାର ନଜର ଆସିଛନ୍ତି ।

ଦୁଇଜଣଙ୍କ ପରସ୍ପରର ଖୁବ ନିକଟରେ ଛିଡ଼ା ହୋଇଛନ୍ତି । ଏହାର କିଛି ସମୟ ପରେ ପରସ୍ପରକୁ କିସ କରୁଛନ୍ତି । ଦୃଶ୍ୟ ସୁଟିଂ ହେବା ସମୟରେ ଅନ୍ୟ ଘରର ଛାତ ଉପରେ ଛିଡ଼ା ହୋଇଥିବା କିଛି ଲୋକ ଏହି ଦୃଶ୍ୟ ଦେଖୁଛନ୍ତି ।

 

View this post on Instagram

 

#DeepikaPadukone #Chhapaak #MeghnaGulzar #VikrantMassey

A post shared by Entertainment Fan Page (@facc2911) on

ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନୀ ଉପରେ ନିର୍ମିତ । ୨୨ ଅପ୍ରେଲ ୨୦୦୫କୁ ଯେତେବେଳେ ଲକ୍ଷ୍ମୀ ଅଗ୍ରୱାଲ ୧୫ ବର୍ଷର ଥିଲେ ଜଣେ ଯୁବକ ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲା । କାରଣ ସେହି ଯୁବକ ଚାହୁଁଥିଲା ଲକ୍ଷ୍ମୀ ତାଙ୍କ ବିବାହ ପ୍ରସ୍ତାବକୁ ହଁ କରନ୍ତୁ । ସେ ମନା କରିବାରୁ ଯୁବକ ଏଭଳି ଘଟଣା ଘଟାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More