Only for Entertainment

ଦୀପିକା ପାଦୁକୋନଙ୍କ ବଡ ଧମାକା, ଫିଲ୍ମ ମହାଭାରତରେ ଦୌପଦୀ ଭୂମିକା ପାଇଁ ଆରମ୍ଭ କରୁଛନ୍ତି ପ୍ରସ୍ତୁତି

latestly
28

ଦୀପିକା ପାଦୁକୋନ ପୁଣିଥରେ ନିଜ ଫ୍ୟାନ୍ସଙ୍କୁ ଖୁସିରେ ଝୁମିବାର ମଉକା ଦେଇଛନ୍ତି । କାରଣ ଦୀପିକା ଏବେ ମହାଭାରତ କରିବାକୁ ଯାଉଛନ୍ତି । ଅସଲରେ ଦୁନିଆର ସବୁଠାରୁ ବଡ ମହାକାବ୍ୟ ଗ୍ରନ୍ଥ ମହାଭାରତକୁ ଫିଲ୍ମ ପରଦାରେ ରିଲିଜ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଫିଲ୍ମକୁ ଅନେକ ପାର୍ଟରେ ରିଲିଜ କରାଯିବ । ଏହି ଫିଲ୍ମରେ ଦୀପିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦୀପିକାଙ୍କୁ ଦୌପଦୀ ଭୂମିକାରେ ନଜର ଆସିବେ । କେବଳ ଏତିକି ନୁହେଁ ସେ ପ୍ରଡ୍ୟୁସର ମଧୁ ମଂତେନାଙ୍କ ସହିତ ମିଶି ଫିଲ୍ମ ମଧ୍ୟ ପ୍ରଡ୍ୟୁସ କରିବେ ।

ତେବେ ଫିଲ୍ମରେ ଦୀପିକାଙ୍କ ବ୍ୟତିତ ଆଉ କେଉଁ କେଉଁ କଳାକାର ନଜର ଆସିବେ ତାହା ଉପରୁ ଏପର୍ଯ୍ୟନ୍ତ ପରଦା ଉଠାଯାଇନାହିଁ । ଦୀପିକା ଏହି ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଥିବା ଜଣା ପଡିଛି । ମହାଭାରତ ବିଷୟରେ ସମସ୍ତେ ଜାଣିଛନ୍ତି ଏବଂ ଏହା ସମସ୍ତଙ୍କ ଜୀବନ ପାଇଁ ଏକ ପାଠ । ଫିଲ୍ମ ଖୁବ ଭିନ୍ନ ଅନ୍ଦାଜରେ ଲୋକଙ୍କ ସାମ୍ନାକୁ ଆସିବ ବୋଲି ଦୀପିକା କହିଛନ୍ତି ।

deepika-padukone

ମଧୁ ମଂତେନାଙ୍କ କହିବା ଅନୁସାରେ ଏହି ଫିଲ୍ମରେ ଦୌପଦୀଙ୍କ ଦୃଷ୍ଟି କୋଣକୁ ସ୍ଥାନ ଦିଆଯିବ । ଲୋକେ ଏହାକୁ ଦୀପିକା ପାଦୁକୋନଙ୍କ ଜରିଆରେ ଦେଖିବେ । ଦୀପିକା ନା କେବଳ ଦେଶର ସବୁଠାରୁ ବଡ ଅଭିନେତ୍ରୀ ଦେଶ ବାହାରେ ମଧ୍ୟ ଦୀପିକାଙ୍କ ଜଲୱା ରହିଛି । ଏହା କୁହାଯାଇପାରେ ଯେ ଦୀପିକା ଯଦି ଆମ ସହିତ ନଥାନ୍ତେ ତେବେ ଏହାକୁ ଏତେ ବଡ ସ୍କେଲରେ ନିର୍ମାଣ କରିବା ପାଇଁ ଆମେ ଚିନ୍ତା କରିନଥାନ୍ତୁ ।

ମହାଭାରତରେ ଦୌପଦୀଙ୍କ ଭୂମିକା ସବୁଠାରୁ ଗୁକୁତ୍ୱପୂର୍ଣ୍ଣ । ଦୌପଦୀଙ୍କ ପାଇଁ ହିଁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା । ଏପରି ସ୍ଥିତିରେ ଦୀପିକାଙ୍କ କାନ୍ଧରେ ପୂରା ଫିଲ୍ମର ଦାୟିତ୍ୱ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More