Only for Entertainment

ଦୀପିକା ପାଦୁକୋଣଙ୍କ ଫିଲ୍ମ ‘ଛପାକ’ ରିଲିଜ ପୂର୍ବରୁ ଲଗାଇବ କୋର୍ଟର ଚକ୍କର, ଜାଣନ୍ତୁ ପୂରା ମାମଲା !

26

ଚର୍ଚ୍ଚିତ ସିନେମା ଛପାକ ଏବେ ସମସ୍ୟା ଘେରରେ । ଫିଲ୍ମର ନିର୍ମାତାଙ୍କ ଉପରେ ଲାଗିଛି କାହାଣୀ ଚୋରୀ ଅଭିଯୋଗ । ରାକେଶ ଭାରତୀ ନାମକ ଜଣେ ଲେଖକ ଏହି ଅଭିଯୋଗ ଆଣିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବମ୍ବେ ହାଇକୋର୍ଟରେ ଏନେଇ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଫିଲ୍ମର କାହାଣୀକୁ ଚୋରି କରାଯାଇଛି । ତେଣୁ ଫିଲ୍ମର କାଷ୍ଟିଂରେ ତାଙ୍କ ନାଁକୁ ମଧ୍ୟ ସ୍ଥାନ ଦିଆଯାଉ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ରାକେଶ କହିଛନ୍ତି ତାଙ୍କ ଲେଖା ବ୍ଲାକ ଡେ’ରୁ ଛପାକର ନିର୍ମାତା କାହାଣୀ ଚୋରି କରିଛନ୍ତି ।

ଇଣ୍ଡିଆନ ମୋଶନ ପିକ୍ଚର ଆସୋସିଏସନରେ ମଧ୍ୟ ଏହା ରେଜିଷ୍ଟର ହୋଇଥିବା ସେ ଦାବି କରିଛନ୍ତି । ତେବେ ତାଙ୍କ କାହାଣୀକୁ ନେଇ ନିର୍ଦ୍ଦେଶିକା ମେଘନା ଗୁଲଜାର ଯେବେ ଫିଲ୍ମ ନିର୍ମାଣ କରୁଥିବା ସେ ଜାଣିବାକୁ ପାଇଥିଲେ ସେହି ସମୟରେ ସେ ଫିଲ୍ମ ପ୍ରଯୋଜକଙ୍କୁ ଜଣାଇଥିଲେ । ତେବେ କୌଣସି ସମାଧାନ ନ ମିଳିବା ଯୋଗୁଁ ଏବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ଏସିଡ ଆଟାକ୍ ପୀଡିତା ଲକ୍ଷ୍ମୀଙ୍କ କାହାଣୀ ଦେଖିବାକୁ ମିଳିବ । ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଦୀପିକା । ତେବେ ଏହି ଫିଲ୍ମ ଆସନ୍ତା ବର୍ଷ ୧୦ଜାନୁଆରୀରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More