Only for Entertainment

ଏସିଡ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲ୍‌ଙ୍କ ଭୂମିକାରେ ନଜର ଆସିବେ ଏହି ଚର୍ଚ୍ଚିତ ନାୟିକା !

India Today
25

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ସିନେମା ‘ପଦ୍ମାବତ୍‌’ରେ ରାଣୀ ଭୂମିକା ନିଭାଇ ବେଶ୍‌ ବିବାଦୀୟା ହୋଇପଡ଼ିଥିଲେ ଦୀପିକା ପାଦୁକୋନ୍‌। ଏହି ସିନେମାରେ ସେ ଅନ୍ୟ କେଉଁ ସିନେମା ସାଇନ୍‌ କରିବେ,ତାକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା।ଏବେ ଦୀପିକା ଏକ ନୂଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ଏଥିରେ ସେ କେବଳ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ନାହିଁ,ବରଂ ତାର ପ୍ରଯୋଜନା ବି କରିବେ ନିଜେ ଦୀପିକା ପାଦୁକୋନ୍‌। ଦୀପିକା ଯେଉଁ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି,ତାହା ଏସିଡ୍‌ ଆକ୍ରମଣ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ଵାଲ୍‌ଙ୍କ ଉପରେ ଆଧାରିତ। ଏଥିରେ ଲକ୍ଷ୍ମୀ  ଅଗ୍ରଓ୍ଵାଲ୍‌ ଭୂମିକା ନିଭାଇବେ ଦୀପିକା ପାଦୁକୋନ୍‌।

ଏହି ନାମକରଣ ହୋଇନଥିବା ସିନେମାର ନିର୍ଦ୍ଦେଶନା ଦେବେ ମେଘନା ଗୁଲଜାର୍‌, ଯାହାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାଜି’ ସୁପରହିଟ୍‌ ହୋଇଥିଲା।ଏଥିରେ ଆଲିଆ ଭଟ୍ଟ ଲିଡ୍‌ ରୋଲରେ ଥିଲେ।

ଦୀର୍ଘ ସମୟ ପରେ ଦୀପିକା ପାଦୁକୋନ୍‌ କାହିଁକି ନୂଆ ଫିଲ୍ମ ସାଇନ୍‌ କରିଲେ ବୋଲି ପୁଚାରିବାରେ,ସେ କହିଛନ୍ତି ଯେ ଏହାର କାହାଣୀ ଶୁଣିବାମାତ୍ରେ ତାଙ୍କ ଆଖିରୁ ଲୁହ ଝରିଥିଲା ଓ ହୃଦୟ ଥରି ଯାଇଥିଲା। ଏହା କେବଳ ହିଂସା ନୁହେଁ ବରଂ ସାହସ,ବିଜୟ ଓ ସଂଘର୍ଷର କାହାଣୀ ହୋଇଥିବା ହେତୁ ସେ ତତ୍‌କ୍ଷଣାତ୍‌ ରାଜି ହୋଇଗଲେ ବୋଲି ଦୀପିକା କହିଛନ୍ତି।

ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ସାହସ ଓ ଷ୍ଟାପ୍‌ସେଲ୍‌ ଏସିଡ୍‌ କାର୍ଯ୍ୟକ୍ରମର ପଶଂସା କରିଛନ୍ତି ଦୀପିକା। ଏଭଳି ଚରିତ୍ର ନିଭାଇବାକୁ ଯାଉଥିବାରୁ ନିଜକୁ ଗୌରାବନ୍ନିତ ମନେ କରୁଛନ୍ତି।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More