Only for Entertainment

ଭାଇରାଲ ହେଲା ଦୀପିକା ପାଦୁକୋନଙ୍କ ଏଭଳି ଚାଲୁଥିବାର ଭିଡିଓ !

Times Now
0 28

ବଲିଉଡ୍‌ରେ ଅଭିନେତ୍ରୀ ଦୀପିକା ପାଦୁକୋନ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇଥିବା ବେଳେ ନିଜକୁ ବଡ଼ ବଡ଼ କଳାକାରଙ୍କ ମଧ୍ୟରେ ସାମିଲ କରି ପାରିଛନ୍ତି । କ୍ୟାରିୟର ଆରମ୍ଭରୁ ଏଥିପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବା ବେଳେ ଏବେ ତାଙ୍କୁ ଏହାର ଫଳ ମିଳିଛି । ନିଜର ଉଭୟ ବ୍ୟକ୍ତଗତ ଏବଂ ପେଶାଦାର ଜୀବନକୁ ନେଇ ସେ ଖୁସି ଅଛନ୍ତି । ନଭେମ୍ବରରେ ସେ ଅଭିନେତା ରଣବୀର ସିଂଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ଏବେ ସେ ନିଜ ବିବାହ ଖବରକୁ ନେଇ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ।

 

ଦର୍ଶକଙ୍କୁ ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦେଇଥିବା ଏହି ମସ୍ତାନୀ ଏବେ ନିଜ ଏକ ମଜାଦାର ଭିଡ଼ିଓ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କୁ ଧିରେ ଧିରେ ଚାଲୁଥିବାର ଦେଖା ଯାଇଥିଲା । ତାଙ୍କର ଏଭଳି ଚାଲିବାର ଅନ୍ଦାଜ ଦେଖି ବ୍ୟବହାରକାରୀ ହସିବାକୁ ଲାଗିଥଲେ । ଏକ ଆଓ୍ଵାର୍ଡ଼ ସୋ’କୁ ଯୋଗ ଦେବା ପାଇଁ ଯାଇଥିବା ବେଳେ ସେ ଏହି ଭିଡ଼ିଓ ବନାଇଥିଲେ ବୋଲି ଜଣା ପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More