Only for Entertainment

ଅନ୍ଧାଧୂନ- ୨ରେ କାମ କରିବାକୁ ଚାହାନ୍ତି ଦୀପିକା !

dna
22

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‍, ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମର ‘ଅନ୍ଧାଧୁନ’ର ସିକ୍ୱେଲରେ କାମ କରିବାକୁ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି । ଅନ୍ଧାଧୂନ-୨ରେ ଅଭିନୟ ପାଇଁ ସେ ଫିଟ୍‍ ହେବେ ବୋଲି ଦୀପିକା କହିଛନ୍ତି । ଫେସବୁକକୁ ଦେଇଥିବା ଏକ ସାକ୍ଷାତକାରରେ ଦୀପିକା ଏହା ପ୍ରକାଶ କରିଛନ୍ତି । ୨୦୧୯ରେ ସେ କେଉଁ କେଉଁ କାମ କରିବାକୁ ଚାହାନ୍ତି ବୋଲି ଏକ ପ୍ରଶ୍ନରେ ଦୀପିକା ମେଣ୍ଟାଲ ହେଲ୍‍ଥ ଉପରେ କାମ ଜାରି ରଖିବା ସହ ପିଆନୋ ଓ ଗିଟାର ବଜାଇବା ଶିଖିବେ ବୋଲି କହିଥିଲେ । ଏହାଛଡା ସେ ଚଳିତ ବର୍ଷ ନିଜ ବାପାମା’, ଭଉଣୀଙ୍କ ସହ ଅଧିକରୁ ଅଧିକ ସମୟ କାଟିବାକୁ ଚାହାନ୍ତି ବୋଲି କହିଥିଲେ ।

ଏହି ଅବସରରେ ସେ ଅନ୍ଧାଧୂନ-୨ରେ କାମ କରିବା ନେଇ ଇଚ୍ଛାବ୍ୟକ୍ତ କରିଥିଲେ । ସେ ଏନେଇ ଅନ୍ଧାଧୂନର ନିର୍ଦ୍ଦେଶକ ଶ୍ରୀରାମଙ୍କୁ ମଧ୍ୟ ନିବେଦନ କରିଥିବା ଜଣାପଡିଛି । ପ୍ରକାଶ ଥାଉ କି, ୨୦୧୮ର ସବୁଠାରୁ ସଫଳ ଫିଲ୍ମ ମଧ୍ୟରୁ ଅନ୍ଧାଧୂନ ଗୋଟିଏ । ଏଥିରେ ଆୟୁଷ୍ମାନ ଖୁରାନା ଜଣେ ଅନ୍ଧ ବ୍ୟକ୍ତିଙ୍କ ଭୂମିକାରେ ଥିଲେ । କ୍ରାଇମ ସସପେନ୍ସ ଥିବା ଫିଲ୍ମଟି ବକ୍ସ ଅଫିସରେ ଭଲ କଲେକ୍ସନ ମଧ୍ୟ କରିଥିଲା । ଆୟୁଷ୍ମାନଙ୍କ ବ୍ୟତୀତ ଫିଲ୍ମରେ ତବୁ, ରାଧିକା ଆପଟେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିଲେ । ସେହିପରି ଦୀପିକା ଚଳିତ ବର୍ଷ ମାର୍ଚ୍ଚରୁ ଆଗାମୀ ଫିଲ୍ମ ‘ଛପାକ୍‍’ର ସୁଟିଂ ଆରମ୍ଭ କରିବେ । ଏହି ଫିଲ୍ମଟି ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ବାୟୋପିକ୍‍ ଉପରେ ପର୍ଯ୍ୟବେସିତ । ଏଥିରେ ଦୀପିକାଙ୍କ ଭୂମିକା ଚ୍ୟାଲେଞ୍ଜପୂର୍ଣ୍ଣ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More