Only for Entertainment

ଦୀପ୍ତିରେଖାଙ୍କ ସ୍ୱରରେ ମନଜିଣିଲା ରୋମାଂଟିକ୍ ଗୀତ ଦିୱାନା !

youtube
0 54

ଓଲିଉଡ୍ ସୁରିଲା ସୁନ୍ଦରୀ ଦୀପ୍ତିରେଖାଙ୍କ ଡିମାଣ୍ଡ ଏବେ ବଢିବାରେ ଲାଗିଛି । ତାଙ୍କ ଗାୟିକେରେ ଏବେ ଶୁଣିବାକୁ ମିଳୁଛି ଏକ ସେ ଏକ ରୋମାଂଟିକ୍ ଗୀତ । ଏମିତି ଏକ ଗୀତ ଏବେ ଓଲିଉଡରେ ଚହଳ ସୃଷ୍ଟି କରିଛି । ଯାହାର ଟାଇଟଲ ରହିଛି ଦିୱାନା ।

ଦୀପ୍ତିରେଖାଙ୍କ ସ୍ୱରରେ ମନଜିଣିଲା ରୋମାଂଟିକ୍ ଗୀତ ଦିୱାନା । ଲୁବୁନ୍ – ଟୁବୁନ୍ ପ୍ରଡକ୍ସନ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରୋମାଂଟିକ୍ ଗୀତକୁ ସୋସିଆଲ୍ ମିଡିଆରେ ପସନ୍ଦ କରାଯାଉଥିବା ଦେଖିବାକୁ ମିଳୁଛି । ଗୀତକୁ ଲକ୍ଷ ଲକ୍ଷ ଦର୍ଶକ ୟୁଟୁବ୍ରେ ଦେଖି ସାରିଲେଣି । ବିରଜା ପ୍ରସ୍ତାଦଙ୍କ ସଙ୍ଗୀତରେ ଏହି ମନଛୁଆଁ ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ ।

 

ଗୀତରେ ଦୀପ୍ତିରେଖାଙ୍କ ସହ କଣ୍ଠଶିଳ୍ପୀ ଦେବେଶ ପତିଙ୍କ ଗାୟିକି ମଧ୍ୟ ଶୁଣିବାକୁ ମିଳିଛି । ଏହି ଷ୍ଟୁଡିଓ ଭର୍ସନ ଭିଡିଓରେ କଣ୍ଠଶିଳ୍ପୀଙ୍କୁ, ଷ୍ଟୁଡିଓ ଭିତରେ ଗୀତ ଗାଇବାରେ ଦେଖିବାକୁ ମିଳିଛି । ଗୀତକୁ ଓଡିଆ ସ୍ରୋତା ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଖୁବଶୀଘ୍ର ଏହାର ଭିଡିଓ ବି ରିଲିଜ୍ କରାଯିବ ବୋଲି ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More