Only for Entertainment

ଭିଟାମିନ-ଡିର ଅଭାବ ଦ୍ୱାରା ପିଲାଙ୍କ ଠାରେ ଦେଖା ଦେଇଥାଏ ଡିପ୍ରେସନ, ଅଧ୍ୟୟନରୁ ସ୍ପଷ୍ଟ

Business Recorder
47

ଆଜିର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ଘରେ ମୋବାଇଲ ଫୋନ୍‍, ଟିଭି ଇତ୍ୟାଦି ଯୋଗୁଁ ପିଲାମାନେ ବାହାରକୁ ଖେଳିବାକୁ ନଯାଇ ଘରେ ରହିବାକୁ ପସନ୍ଦ କରୁଛନ୍ତି । ଯାହା ଫଳରେ ସୂର୍ଯ୍ୟକିରଣର ସଂସ୍ପର୍ଶରେ କମ୍‍ ଆସିଥାନ୍ତି । ସୂର୍ଯ୍ୟ କିରଣରେ ପ୍ରଚୁର ପରିମାଣରେ ଭିଟାମିନ୍‍-ଡି ଭରି ରହିଛି । ଏଭଳି ସ୍ଥିତିରେ ଭିଟାମିନ୍‍ ଡିର ଅଭାବ ଭବିଷ୍ୟତରେ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ।

ଗବେଷକଙ୍କ କହିବା ମୁତାବକ, ଭିଟାମିନ-ଡି ଅଭାବରୁ ପିଲାଙ୍କ ମଧ୍ୟରେ ଡିପ୍ରେସନ୍‍ ଏବଂ ସ୍କ୍ରିଟ୍‍ସଫ୍ରେନିଆ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାର ଲକ୍ଷଣ ଶୀଘ୍ର ଜଣାପଡ଼ିନଥାଏ । ଏହା ଫଳରେ ଆପଣଙ୍କ ପିଲାଙ୍କ ଭବିଷ୍ୟତ ପାଇଁ ବଡ଼ ସମସ୍ୟା ଆଣିପାରେ । କିଛି ପିଲାଙ୍କୁ ନେଇ ହୋଇଥିବା ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ, ଭିଟାମିନ୍‍-ଡିର ଅଭାବ ଥିବା ପିଲା ଭବିଷ୍ୟତରେ ଚିଡ଼ିଚିଡ଼ା ସ୍ୱଭାବର ହୋଇଥାନ୍ତି ।

ମିଚିଗାନ୍‍ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ, ଭିଟାମିନ୍‍-ଡିର ଅଭାବ ଯୋଗୁଁ କିଶୋରଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିଥାଏ ଓ ସେମାନେ ଚିଡ଼ଚିଡ଼ା ସ୍ୱାଭବର ହୋଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More