Only for Entertainment

ଯୁବତୀକୁ କୁକୁର ପରି ପିଟିଲା ଯୁବକ ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍

ThePrint
0 54

ସୋସିଆଲ୍ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସେୟାର୍ ହୋଇଥାଏ ଏହି ଭିଡିଓ ଭିତରୁ କିଛି ଭିଡିଓ ଏଭଳି ହୋଇଥାଏ ଯାହାକୁ ଦେଖିଲା ପରେ ମାନବତା ଉପରୁ ବିଶ୍ୱାସ ଉଠିଯାଏ । ଠିକ୍ ସେହିଭଳି ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଭାରତର ରାଜଧାନୀ ଦିଲ୍ଲୀର ବୋଲି ଜଣାପଡିଛି । ଭିଡିଓରେ ଜଣେ ଯୁବକ ଜନୈକା ଯୁବତୀଙ୍କୁ ଅତି ନିର୍ମମ ଭାବରେ ପିଟୁଥିବାର ଦୃଶ୍ୟ ଚିତ୍ରିତ ହୋଇଛି । ଉକ୍ତ ଯୁବକଙ୍କ ନାଁ ରୋହିତ୍ ତୋମର ବୋଲି ଜଣାପଡିଛି । ରୋହିତ୍ ଜଣେ ସବ୍-ଇନ୍ସପେକ୍ଟରଙ୍କ ପୁଅ ବୋଲି ଜଣାପଡିଥିବା ବେଳେ ତାଙ୍କ ନାମରେ ଉକ୍ତ ଯୁବତୀ ଥାନାରେ ଏତଲା ଦେଇଛନ୍ତି ।

ତେବେ ଜନୈକା ଯୁବତୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଭିଡିଓଟି ସେପ୍ଟେମ୍ବର ୨ ତାରିଖ ଅପରାହ୍ନରେ ଦିଲ୍ଲୀର ଉତ୍ତମନଗରର ଏକ ବିପିଓ ଅଫିସରେ ସୁଟ୍ କରାଯାଇଛି । ଏହି ଅଫିସଟି ହେଉଛି ଆରୋପୀର ବନ୍ଧୁ ଅଲ୍ଲି ହସନର । ଯେଉଁଠାକୁ ସେ ୨୦ ଦିନ ହେଲା ଯିବାଆସିବା କରୁଥିଲା । ତେବେ ଅଲ୍ଲି ହସନକୁ ପୋଲିସ୍ ଗିରଫ କରିନେଇଛି । ଅଭିଯୁକ୍ତ ୨୧ ବର୍ଷୀୟ ରୋହିତ୍ ବେରୋଜଗାର ଥିବା ବେଳେ ପିତା ଅଶୋକ ତୋମାର ସେଣ୍ଟ୍ରାଲ୍ ଦିଲ୍ଲୀରେ ଏଏସଆଇ ପଦରେ ନିଯୁକ୍ତ ଅଛନ୍ତି । ତେବେ ଖବରଟି କିଛି ଏଭଳି ଦେଢବର୍ଷ ପୂର୍ବେ ଉକ୍ତ ଯୁବତୀ ଏବଂ ଅଭିଯୁକ୍ତ ପ୍ରେମ ସଂବନ୍ଧରେ ଥିଲେ କିନ୍ତୁ କିଛି ସମୟ ପୂର୍ବରୁ ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହେଉନଥିଲା । ରୋହିତଙ୍କ ଆକ୍ରମଣାତ୍ମକ ବ୍ୟବହାର ଏବଂ ଭବିଷ୍ୟତକୁ ନେଇ ଖାମଖିଆଲପଣକୁ ଆଖି ଆଗରେ ରଖି ଉକ୍ତ ଯୁବତୀ ତାଙ୍କ ଠାରୁ ଅଲଗା ହୋଇଥିଲେ ଯାହାକୁ ନେଇ ରୋହିତଙ୍କ ରାଗ ଆହୁରି ବଢିଯାଇଥିଲା । ଯୁବତୀଙ୍କ ପରିବାରକୁ ଧମକାଇ ବିବାହ କରିବାକୁ ସେ କିଛି ଦିନ ହେଲା ଏଭଳି ଆଚରଣ କରିଆସୁଥିଲା । କିନ୍ତୁ ୨ ତାରିଖରେ ସେ ସାଙ୍ଗ ଅଫିସକୁ ଯାଇ ଯୁବତୀଙ୍କୁ ପିଟିବା ଆରମ୍ଭ କରିଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More