Only for Entertainment

ଦିପାବଳୀ ରାତିରେ ବାଣ ଶବ୍ଦରୁ ଉଠିଗଲା କୁକୁର, ଥାନାରେ ମାମଲା ରୁଜୁ !

Animal Wellness Magazine
27

ଦିପାବଳୀ ରାତିରେ ସୁପ୍ରିମକୋର୍ଟର ସକ୍ତ ଆଦେଶ ସତ୍ତେ୍ୱ ରାଜଧାନୀ ଦିଲ୍ଲୀ ଅନେକ ବାଣ ଫୁଟାଯାଇଥିଲା । ଯଦିଓ ପୂରା ଦିଲ୍ଲୀରେ ଶହ ଶହ ଲୋକଙ୍କୁ ଆଇନ ଅନୁସାରେ ଆଦେଶ ଉଲଂଘନ କରିଥିବା କାରଣରୁ ଗିରଫ କରାଯାଇଥିଲା , ମାତ୍ର ଦିଲ୍ଲୀର ସରିତା ବିହାରରେ ଏକ ଏଭଳି ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ରିପୋର୍ଟ ମୁତାବକ ପୁଲିସ ଷ୍ଟେସନରେ ଏଭଳି ଏକ ମାମଲା ରୁଜୁ କରାଯାଇଛି ଯାହା ଅଜବ ଅଟେ ।

ପୁଲିସ କହିବା ମୁତାବକ ଜଣେ ବ୍ୟକ୍ତି ନିଜର ପୋଷା କୁକୁର ବାଣର ଶବ୍ଦରୁ ନିଦରୁ ଉଠିଯିବା କାରଣରୁ , ଥାନାରେ ଏତଲା ଦେଇଛି । ସେ କହିଛନ୍ତି ଯେ ଦିପାବଳୀରେ ରାତିରେ ଅନେକ ବାଣ ଫୁଟିଥିଲା, ଯେଉଁକାରଣରୁ ଘରେ ଶୋଇଥିବା କୁକୁରର ନିଦ ଭାଙ୍ଗି ଯାଇଥିଲା , ଏହାସହ ଘର ଲୋକ ମଧ୍ୟ ଅନେକ ଅସୁବିଧା ସମ୍ମୁଖୀନ ହୋଇଥିଲେ  ।

ଅଭିଯୋଗକାରୀଙ୍କ ବୟସ ୧୬ବର୍ଷ ଶୁୁଣିବାକୁ ମିଳିଛି । ପୁଲିସ ତାଙ୍କ କହିବା ମୁତାବକ ମାମଲା ଦାୟର କରିଛନ୍ତି ଏବଂ ଏହାର ଛାନବିନ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ପୁଲିସଙ୍କ କହିବା ମୁତାବକ ମଦନପୁର ଖାଦରରେ ରହୁଥିବା ୧୬ବର୍ଷର ବାଳକ ୧୦ମ ଶ୍ରେଣୀରେ ପଢନ୍ତି । ଦିପାବଳୀ ରାତି ପ୍ରାୟ ୯.୩୦ପରେ ବାଣର ତୀବ୍ର ଧ୍ୱନୀ ଶୁଣିବାକୁ ମିଳିଥିଲା । ଏହିକାରଣରୁ ଘର ଲୋକ ଏବଂ ତାଙ୍କ କୁକୁର ମଧ୍ୟ ଅସୁବିଧା ସମ୍ମୁଖୀନ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More