Only for Entertainment

ବନ୍ଦେ ମାତରଂ’ କୁ ରାଷ୍ଟ୍ରୀୟ ସଙ୍ଗୀତ କରିବା ପାଇଁ ଆବେଦନ ରବ୍ଦ କଲେ ହାଇକୋର୍ଟ

punjabkeshari
29

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ବନ୍ଦେ ମାତରଂ’କୁ ରାଷ୍ଟ୍ରୀୟ ସଙ୍ଗୀତ ଭାବରେ ଘୋଷଣା କରିବା ପାଇଁ ଦାଖଲ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ରବ୍ଦ କରି ଦେଇଛନ୍ତି । ଭାଜପା ମୁଖପାତ୍ର ଅଶ୍ୱନୀ ଉପାଧ୍ୟାୟଙ୍କ ତରଫରୁ ଦାଖଲ ହୋଇଥିବା ଏହି ଆବେଦନରେ ରାଷ୍ଟ୍ର ଗୀତ ବନ୍ଦେ ମାତରରଂ’କୁ ରାଷ୍ଟ୍ରୀୟ ସଙ୍ଗୀତ ଜନ ଗଣ ମନ’ର ସ୍ଥାନ ଦିଆଯିବା ପାଇଁ ଦାବି କରାଯାଇଥିଲା ।

ଏହା ପୂର୍ବରୁ ୨୦୧୭ରେ ଆଦେଶରେ କୁହାଯାଇଥିଲାଯେ ସମ୍ବିଧାନର ମୌଳିକ କର୍ତ୍ତବ୍ୟରେ ରାଷ୍ଟ୍ରୀୟ ଗୀତ ଏବଂ ରାଷ୍ଟ୍ରୀୟ ଧ୍ୱଜ ବିଷୟରେ କୁହାଯାଇଛି, କିନ୍ତୁ ବନ୍ଦେ ମାତରଂକୁ ନେଇ ଏଭଳି କିଛି କଥା ନାହିଁ, ତେଣୁ ଏହାର ଅନିର୍ବାଯ୍ୟତା ଉପରେ କୌଣସି ମତ ଦିଆଯାଇ ପାରିବ ନାହିଁ । କୋର୍ଟ ଏହି ଆବେଦନକୁ ମଧ୍ୟ ରବ୍ଦ କରି ଦେଇଥିଲେ ।

କହିରଖୁଛୁ ରାଷ୍ଟ୍ରୀୟ ଗୀତକୁ ନେଇ କିଛି ଧାର୍ମିକ ସଙ୍ଗଠନ ବିରୋଧ କରୁଛନ୍ତି । ତାଙ୍କ କହିବା ଅନୁସାରେ ଜାତୀୟ ସଙ୍ଗୀତରେ ଦେଶକୁ ମାତା କହି ସ୍ତୁତି କରାଯାଇଛି । ଯାହା ତାଙ୍କ ଏକଶ୍ୱରବାଦୀ ଧର୍ମରେ ସ୍ଥାନ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More