Only for Entertainment

ହଲିଉଡ ଅଭିନେତ୍ରୀ ଡେମିଙ୍କ ଖୁଲାସା: ୧୫ବର୍ଷ ବୟସରେ ହୋଇଥିଲା ଦୁଷ୍କର୍ମ,ଏଥିପାଇଁ ମା’ ନେଇଥିଲେ ୫୦୦ଡଲାର !

74

୬୫ ବର୍ଷୀୟା ହଲିଉଡ୍‌ ଅଭିନେତ୍ରୀ ଡେମି ମୁର ‘ଗୁଡ୍‌ ମର୍ଣ୍ଣିଂ ଆମେରିକା’ ନାମକ ଏକ ଶୋ’ରେ ନିଜ ସହିତ ଘଟିଥିବା ହୃଦୟଥରା ଘଟଣା ସମ୍ପର୍କରେ ପର୍ଦ୍ଦାଫାସ କରିଛନ୍ତି। ନିଜ ପୁସ୍ତକ ‘ଇନ୍‌ସାଇଡ୍‌ ଆଉଟ୍‌’ର ପ୍ରମୋସନ ପାଇଁ ଡେମି ଏହି ଟିଭି ଶୋ’ରେ ପହଞ୍ଚିଥିଲେ। ଡେମି କହିଛନ୍ତି ଯେ ତାଙ୍କ ମଦ୍ୟପ ମା’ ମାତ୍ର ୫୦୦ ଆମେରିକାନ ଡଲାର୍ସ (ପାଖାପାଖି ୩୫,୦୦୦ଟଙ୍କା)ପାଇଁ ଡେମିଙ୍କୁ ଜଣେ ବ୍ୟକ୍ତିଙ୍କ ନିକଟରେ ଦୁଷ୍କର୍ମ କରିବାକୁ ଛାଡ଼ି ଦେଇଥିଲେ। ସବୁଠାରୁ ବଡ଼ କଥା ଥିଲା ଏହି ସମୟରେ ଡେମିଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ଡେମି ଆହୁରି ମଧ୍ୟ କହିଛନ୍ତି ଯେ ସେ ଭାବୁଛନ୍ତି ଯଦି ତାଙ୍କ ମା’ ହୋଶ୍‌ରେ ଥାଆନ୍ତେ, ହୁଏତ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଦେଇ ନ ଥାନ୍ତେ।

ଡେମିଙ୍କ ଏହି ପର୍ଦ୍ଦାଫାସ୍‌ ପରେ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଟ୍ବିଟରରେ ଲୋକେ ତାଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ କରିବାରେ ଲାଗିଛନ୍ତି ଓ ନିଜ ମତାମତ ଦେବାରେ ଲାଗିଛନ୍ତି। ଏହାପୂର୍ବରୁ ଅନ୍ୟ ଏକ ସାକ୍ଷାତକାରରେ ଏଷ୍ଟନ କୁଚରଙ୍କ ସହିତ ତାଙ୍କ ସମ୍ପର୍କ ଖରାପ ହେବା ସମ୍ପର୍କରେ କହିଥିଲେ। ଡେମି କହିଛନ୍ତି ଯେ ସେ ତାଙ୍କ ପୂର୍ବତନ ପତି ଏଷ୍ଟନଙ୍କୁ ବାଥ୍‌ଟବ୍‌ରେ ଦୁଇ ଜଣ ମହିଳାଙ୍କ ସହ ଥିବା ସେ ଦେଖିଥିଲେ। ଏଥିରୁ ଏଷ୍ଟନ ତାଙ୍କୁ ଧୋକା ଦେଉଥିବା ସେ ଜାଣିପାରିଥିଲେ।

ବିଶେଷସୂତ୍ରରୁ ପ୍ରକାଶ ଯେ ଏଷ୍ଟନଙ୍କୁ ଡେମି ୨୦୦୫ରେ ବିବାହ କରିଥିଲେ। ୨୦୧୩ରେ ଏଷ୍ଟନଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ଡେମି ମୋଟ୍‌ ୩ ଥର ବିବାହ କରିଛନ୍ତି। ତାଙ୍କର ପ୍ରଥମ ବିବାହ ଫ୍ରେଡି ମୁରଙ୍କ ସହ ୧୯୮୦ ମସିହାରେ ହୋଇଥିଲାବେଳେ ୫ ବର୍ଷ ପରେ ଏହି ବିବାହର ଅନ୍ତ ଘଟିଥିଲା। ଏହାପରେ ୧୯୮୭ରେ ବ୍ରୁସ୍‌ ୱିଲ୍ସଙ୍କ ସହିତ ଡେମି ବିବାହ କରିଥିଲେ। ୨୦୦୦ ମସିହାରେ ଉଭୟେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More