Only for Entertainment

ଫ୍ୟାଶନ ଡିଜାଇନର ପ୍ରବଲ ଗୁରଂଗ କରଣ ଜୋହରଙ୍କୁ ଡେଟ କରୁଥିବା ଖବରକୁ କଲେ ଅସ୍ୱୀକାର !

32

ନିକଟରେ ଏକ ଏଭଳି ଖବର ସାମ୍ନାକୁ ଆସିଛି ଯେ ଫିଲ୍ମମେକର କରଣ ଜୋହର ଏବଂ ଆମେରିକାନ ଡିଜାଇନର ପ୍ରବଲ ଗୁରୁଙ୍ଗ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି । ଏହି ଚର୍ଚ୍ଚା ସେବେ ଚାଲିଥିଲା ଯେବେ କରଣଙ୍କୁ ପ୍ରବଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବର୍ଥଡେ ୱିଶ କରିଥିଲେ । ଏବେ ଏହି ଫଟୋ ସେ ସୋସିଆଲ ମିଡିଆରୁ ଡିଲିଟ କରି ଦେଇଛନ୍ତି ।

ଏବେ ଗୁରୁଙ୍ଗ ଏକ ସେଂଟିମେଟ ଜାରି କରିଛନ୍ତି ଏବଂ କହିଛନ୍ତି ଯେ କରଣ କେବଳ ତାଙ୍କର ଜଣେ ଭଲ ବନ୍ଧୁ । ସେ ଏହା ମଧ୍ୟ ଲେଖିଛନ୍ତି ଯେ ସେ କରଣଙ୍କ ସହ କୌଣସି ରିଲେସନସିପରେ ନାହାନ୍ତି । ପ୍ରବଳ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ସେ କରଣଙ୍କୁ ବହୁତ ଭଲ ପାଆନ୍ତି ବଡ ଭାଇ ଏବଂ ଜଣେ ଭଲ ବନ୍ଧୁ ପରି ।

ଏହାସହ କରଣ ମାନିଛନ୍ତି ସେ ଏକ ରିଲେସନସିପରେ ୫ବର୍ଷ ଥିଲେ ମାତ୍ର କରଣଙ୍କ ସହ ନୁହେଁ ଅନ୍ୟ କାହା ସହ । ଏବେ ଦେଖିବାକୁ ବାକି ରହିଲା ଏହି ବିଷୟରେ କରଣ କଣ କହୁଛନ୍ତି । ଏବେ ପର୍ଯ୍ୟନ୍ତ ତାଙ୍କର ଏହି ମାମଲା ଉପରେ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More