Only for Entertainment

ବେମାର ହେବା ପରେ ମଧ୍ୟ ବିଗ ବିଙ୍କୁ ରାତି ଅଧରେ କରିବାକୁ ପଡିଲା ଏଭଳି କାମ, ‘ଆଉ କେତେ କାମ କରିବେ ବୋଲି କହିଦେଲେ ବିଗ ବି’ !

the indian express
0 50

ଆଗାମୀ ଫିଲ୍ମ ୧୦୨ନଟ ଆଉଟରେ ସେ କେବଳ ଅଭିନୟ ନୁହେଁ ଗୀତ ମଧ୍ୟ ଗାଇଛନ୍ତି, ସେ ବି ଦୁଇ ଦୁଇଟି । ସୋମବାର ଅର୍ଦ୍ଦ ରାତିରେ ସେ ଟ୍ୱିଟରେ ଫଟୋ ସେୟାର କରି ଏହି ବିଷୟରେ ଜଣାଇଛନ୍ତି ।

ବିଗ ବି ସେୟାର କରିଥିବା ଫଟୋରେ ସେ ଷ୍ଟୁଡିଓରେ ଗୀତ ଗାଉଥିବାର ନଜର ଆସିଥିଲେ । ବିଗ ବି ଏହି ଗୀତର ବୋଲ ସେୟାର କରିନାହାନ୍ତି । ସେ ଏହି ଫିଲ୍ମରେ ର୍ୟାପ କରୁଥିବାର ମଧ୍ୟ ନଜର ଆସିବେ । ଏହି ଗୀତର ରେକର୍ଡିଂ ସେ ଫେବୃଆରୀରେ କରିଥିଲେ ଏବଂ ତାଙ୍କ ରାପ ଗୀତର ନାମ ହେଉଛି ‘ବଡୁମ୍ବା’ । ଏହି ଗୀତର ପ୍ରସ୍ତୁତି ସୁପରଷ୍ଟାର ଅମିତାଭ ବଚ୍ଚନ ନିଜେ ପ୍ରସ୍ତୁତ କରିଛନ୍ତି ।

ପ୍ରଥମ ଥର ପାଇଁ ଏହିପରି ଫିଲ୍ମ ପରଦାକୁ ଆସିବାକୁ ଯାଉଛି । ନିର୍ଦ୍ଦେଶକ ଏହି ଫିଲ୍ମକୁ ୪ ମେ’ରେ ରିଲିଜ କରିବ ବୋଲି ସୂତ୍ରରୁ ପ୍ରକାଶ ହୋଇଥିଲା । ବାସ୍ ବାକି ରହିଲା ଏହାର ପ୍ରଭାବ ଲୋକଙ୍କ ଉପରେ କେତେ ମାତ୍ରାରେ ଯାଦୁ କରିପାରୁଛି ।

amitabh-bachchan_1522151682

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More