Only for Entertainment

ଦେବାନନ୍ଦଙ୍କ ନାତି ଋଷି ଆନନ୍ଦ କରିବେ ବଲିଉଡରେ ଏଣ୍ଟ୍ରି, ଏହି ଫିଲ୍ମରେ କରିବେ ଡେବ୍ୟୁ

Bollywood Tadka
17

ବଲିଉଡରେ ଅନେକ ହିଟ ଫିଲ୍ମ ଦେଇଥିବା ଦେବାନନ୍ଦଙ୍କ ନାତି ଋଷି ଆନନ୍ଦ ବଲିୁଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ଅନେକ ଷ୍ଟାରକିଡ ବଲିଉଡ ଡେବ୍ୟୁ କରିଥିବା ବେଳେ ଏବେ ଅହି ତାଲିକାରେ ଋଷି ଆନନ୍ଦଙ୍କ ନାମ ଯୋଡି ହେବାକୁ ଯାଉଛି । ଦେବାନନ୍ଦଙ୍କ ନାତି ଏବଂ ସୁନିଲ ଆନନ୍ଦଙ୍କ ପୁଅ ଋଷି ଆନନ୍ଦ ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି ନେବାକୁ ଯାଉଛନ୍ତି ।

ଋଷି ଆନନ୍ଦ, ଗୋବିନ୍ଦାଙ୍କ ସୁପରହିଟ ଫିଲ୍ମ ‘ସାଜନ ଚଲେ ଶଶୁରାଲ’ର ରିମେକରେ ଜରିଆରେ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଏହି ଫିଲ୍ମର କାମ ଏବେ ଆରମ୍ଭ ହୋଇସାରିଛି । ଫିଲ୍ମରେ ଚଙ୍କି ପାଣ୍ଡେ, ଆର୍ଯ୍ୟ ବବର, ହେମନ୍ତ ପାଣ୍ଡେ ଏବଂ ଇଶିତା ରାଜ ପରି କଳାକାର ନଜର ଆସିବେ । ଫିଲ୍ମ ସାଜନ ଚଲେ ଶଶୁରାଲରେ ଗୋବିନ୍ଦା, ତବୁ ଏବଂ କରିଶ୍ମା କପୁରଙ୍କ ପରି କଳାକାର ନଜର ଆସିଥିଲେ । ଋଷି ଆନନ୍ଦ କହିଛନ୍ତି ଯେ ନୂଆ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More