Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ ସ୍ୱାଇସି ଚିକେନ ।

syedbiryanicatering.com
0 31

ଅଧିକାଂଶ ସମୟରେ ଢାବା ଖାଦ୍ୟ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି,କାରଣ ସେଥିରେ ଭିନ୍ନ ପ୍ରକାରର ସ୍ୱାଦ ରହିଥାଏ ବୋଲି ସମସ୍ତେ ବିଶ୍ୱାସ କରନ୍ତି । ତେବେ ଆପଣ ଯଦି ଅନ୍ୟ ମାନଙ୍କ ଭଳି ଢାବାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଘରେ ମଧ୍ୟ ଆପଣ ଢାବା ଷ୍ଟାଇଲରେ ଖାଦ୍ୟ ପ୍ରସ୍ତୁତ କରିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଢାବା ଷ୍ଟାଇଲ ସ୍ପାଇସି ଚିକେନର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜଣାଇବୁ । ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ଚିକେନରେ ଦହି,ଲଙ୍କା ଗୁଣ୍ଡ,ହଳଦୀ ଓ ଲୁଣ ପକାନ୍ତୁ । ଏହାକୁ ମିଶାଇ ଅତି କମରେ ଅଧ ଘଂଟା ପାଇଁ ରଖି ଦିଅନ୍ତୁ ।

ଏବେ ଗ୍ରାଇଣ୍ଡରରେ କାଜୁ ଏବଂ କିଛି ଦୁଗ୍ଧ ପକାଇ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ଏକ ପ୍ୟାନ ନିଅନ୍ତୁ,ଗରମ ହେବା ପରେ ତେଲ ପକାନ୍ତୁ । ତେଲ ଗରମ ହେବା ପରେ କଟା ପିଆଜ ପକାଇ ରଙ୍ଗ ପରିବର୍ତ୍ତନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଅଦା ଓ ରସୁଣ ବଟା ପକାଇ ମଧ୍ୟମ ଆଂଚରେ ରଖନ୍ତୁ । ଏହାପରେ ଧନିଆ ଗୁଣ୍ଡ,ଗୋଲମରିଚ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ । କିଛି ସମୟ ପରେ କଟା ଟମାଟୋ ପକାଇ କିଛି ସମୟ ପର୍ଯ୍ୟନ୍ତ କଷନ୍ତୁ । ତେଲ ପୃଥକ ହେବା ପରେ ଫ୍ଲେମ ବନ୍ଦ କରି ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡରରେ ଏକ ସ୍ମୁଥ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏବେ ପ୍ୟାନ ଗରମ କରି ତେଲ ପକାନ୍ତୁ ଏବଂ ସେଥିରେ ରଖିଥିବା ଚିକେନ ପକାନ୍ତୁ । ଏହାକୁ ୫ରୁ ୬ ମିନିଟ ଘୋଡ଼ାଇ ଦିଅନ୍ତୁ । ଏହାପରେ ରଖିଥିବା କାଜୁ ପେଷ୍ଟ ଏବଂ ପରେ ପ୍ରସ୍ତୁତ କରିଥିବା ପେଷ୍ଟକୁ ଚିକେନରେ ପକାନ୍ତୁ । ଯଦି ଭାବୁଛନ୍ତି ଗ୍ରେଭି ଖୁବ ମୋଟା ହୋଇ ଯାଇଛି ତେବେ କିଛି ଜଳ ଦେଇପାରିବେ । ଏହାପରେ ଲୁଣ ପକାଇ ଘୋଡ଼ାଇ ଦିଅନ୍ତୁ । ଏକ ସର୍ଭିରେ ପ୍ଲେଟରେ ଏହାକୁ ବାହାର କରି ଧନିଆ ପତ୍ର ଗାର୍ନିସ କରି ପରଷନ୍ତୁ ଗରମ ଗରମ ଢାବା ଷ୍ଟାଇଲ ସ୍ପାଇସି ଚିକେନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More