Only for Entertainment

ଫିଲ୍ମ ସମୀକ୍ଷା ‘ଧଡକ’: ଆରମ୍ଭ ସୈରାତ ପରି କିନ୍ତୁ ଶେଷ ଭିନ୍ନ ଅନ୍ଦାଜରେ ।

Cinema
0 35

Ratings

4.7
GOOD
  • IMDb 5
  • Hindustan Times 5
  • NDTV 4

ଫିଲ୍ମ- ଧଡକ
ନିର୍ଦ୍ଦେଶକ- ଶଶାଙ୍କ ଖେତାନ
ଷ୍ଟାର କାଷ୍ଟ- ଇଶାନ ଖଟ୍ଟର, ଜାହ୍ନବୀ କପୁର, ଆଶୁତୋଷ ରାଣା
ଅବଧି-୨ ଘଣ୍ଟା ୧୭ ମିନିଟ
ସାର୍ଟିଫିକେଟ-ୟୁ/ଏ

ନିର୍ଦ୍ଦେଶକ ଶଶାଙ୍କ ଖେତାନ ହମ୍ପତି ଶର୍ମା କି ଦୁଲହନିଆ ଏବଂ ବଦ୍ରିନାଥ କି ଦୁଲହନିଆ ପରି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଦୁଇଟି ଫିଲ୍ମରେ ବରୁଣ ଧୱନ ଏବଂ ଆଲିଆ ଭଟ୍ଟ ନଜର ଆସିଥିଲେ । କିନ୍ତୁ ଏବେ ଶଶାଙ୍କ ନୂଆ କଳାକାର ଇଶାନ ଖଟ୍ଟର ଏବଂ ଜାବ୍ନବୀ କପୁରଙ୍କ ସହିତ ଧଡକ ଫିଲ୍ମର ନିର୍ମାଣ କରିଛନ୍ତି । ଏହି ଫିଲ୍ମ ମରାଠୀ ସୁପରହିଟ ଫିଲ୍ମ ‘ସୈରାତ’ର ରିମେକ । ଫିଲ୍ମ ଆଡ ପୁରା ଭାରତରେ ରିଲିଜ ହୋଇଛି । ତେବେ ଆସନ୍ତୁ ଜାଣିବା କିପରି ହୋଇଛି ଫିଲ୍ମ ଧଡକ ।

କାହାଣୀ-
ଫିଲ୍ମର କାହାଣୀ ଉଦଜୟପୁରରୁ ଆରମ୍ଭ ହେଉଛି । ସେଠାରେ ରତନ ସିଂ (ଆଶୁତେଷ ରାଣା)ଙ୍କ ପରିବାର ରୁହନ୍ତି । ତାଙ୍କ ଝିଅର ନାମ ପାର୍ଥବୀ ସିଂ(ଜାହ୍ନବୀ କପୁର) । ଉଦୟପୁରରେ ରେସ୍ତୋରାଁ ଚଲାଉଥିବା ପରିବାରର ପୁଇ ଦେଉଛି ମଧୁକର ବାଗଲା (ଇଶାନ ଖଟ୍ଟର) । ସେ ଟୁରିଷ୍ଟ ଗାଇଡର କାମ କରିଥାନ୍ତି । ମଧୁକର ଏବଂ ପାର୍ଥବୀ ଦୁହେଁ ପରସ୍ପରକୁ ଭଲ ପାଆନ୍ତି କିନ୍ତୁ ଏହା ପାର୍ଥବୀଙ୍କ ପିତା ରତନ ସିଂ ଏବଂ ତାଙ୍କ ଭାଇକୁ ପସନ୍ଦ ନୁହେଁ । ଏହାପରେ କାହାଣୀରେ ଅନେକ ଟୁଇଷ୍ଟ ଆସିଛି । ଏହାପରେ କ’ଣ ସବୁ ଘଟୁଛି ତାହା ଜାଣିବା ପାଇଁ ଆପଣଙ୍କୁ ଫିଲ୍ମ ଦେଖିବାକୁ ପଡିବ ।

କ’ଣ ଦେଖିବେ ଫିଲ୍ମରେ-
ଫିଲ୍ମର କାହାଣୀର ଆରମ୍ଭ ମରାଠୀ ଫିଲ୍ମ ସୈରାତ ପରି ହୋଇଛି କିନ୍ତୁ ଶେଷ ଭିନ୍ନ ଅନ୍ଦାଜରେ । ଫିଲ୍ମରେ ଶଶାଙ୍କ ଖେତାନଙ୍କ ଫ୍ଲେବର ରହିଛି ଯାହା କାହାଣୀ ବଢିବା ସହିତ ନଜର ଆସିଛି । ଆରମ୍ଭରୁ କାହାଣୀ ଧୀରେ ଧୀରେ ବଢୁଛି କିନ୍ତୁ ଇଣ୍ଟରଭାଲ ପରେ ଏହାର ସ୍ପିଡ ଦେଖିବାକୁ ମିଳିଛି । ଫିଲ୍ମରେ ଶଶାଙ୍କ ନିର୍ଦ୍ଦେଶନା ଖୁବ ଭଲ ହୋଇଛି । ଫିଲ୍ମରେ ଇଶାନ ଖଟ୍ଟର ଚମତ୍କାର ଅଭିନୟ କରିଛନ୍ତି । ଏହା ଜାହ୍ନବୀଙ୍କ ପ୍ରଥମ ଫିଲ୍ମ ହୋଇଥିଲେ ମଧ୍ୟ ସେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ତାଙ୍କ ଭଏସରେ ଭିନ୍ନ ଟେକ୍ସଚର ରହିଛି । କିଛି କିଛି ଦୃଶ୍ୟରେ ସେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟ କଳାକାରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।

ଦୁର୍ବଳ ଭାଗ-
ଫିଲ୍ମର କାହାଣୀର ତୁଳନା ଯଦି ମରାଠୀ ଫିଲ୍ମ ସୈରାତ ସହିତ କରିବେ ତେବେ ଏହା ଆପଣଙ୍କୁ ନିରାଶ କରିବ । ଶଶାଙ୍କ ଫିଲ୍ମର ସ୍କ୍ରିନ ପ୍ଲେକୁ ନିଜ ହିସାବରେ ବଦଳାଇଛନ୍ତି । କିଛି ଦୃଶ୍ୟ ରହିଛି ଯେଉଁଥିରେ ଆପଣଙ୍କୁ ଇମୋସନ କମ ଲାଗିପାରେ ।

ବକ୍ସ ଅଫିସ-
ଫିଲ୍ମର ମୋଟ ବଜେଟ ୫୫ କୋଟି ବୋଲି କୁହାଯାଉଛି । ପ୍ରମୋଶନ ବଜେଟକୁ ସାମି୍ଲ କଲେ ଫିଲ୍ମରେ ୭୦ କୋଟି ଖର୍ଚ୍ଚ ହୋଇଛି । ଦେଖିବାକୁ ବାକି ରହିଲା ଫିଲ୍ମର ଓପନିଙ୍ଗ କିପରି ରହୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More