Only for Entertainment

ନିର୍ଦ୍ଦେଶକ ବିଜୟ ନାମ୍ବିୟାରଙ୍କ ଫିଲ୍ମରେ ପୁଣି ଏକା ସହ ନଜର ଆସିବେ ଏହି ଯୋଡି, ପଢନ୍ତୁ ପୂରା ଖବର

Zee News
28

ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର ଫିଲ୍ମ ‘ଧଡକ’ ପରେ ପୁଣିଥରେ ସ୍କ୍ରିନ ସେୟାର କରିପାରନ୍ତି । ଏହି ଖବର ଏବେ ବଲଉଡରେ ଚର୍ଚ୍ଚାରେ ରହିଛି ।

ରିପୋର୍ଟ ଅନୁସାରେ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟର ନିର୍ଦ୍ଦେଶକ ବିଜୟ ନାମ୍ବିୟାରଙ୍କ ଫିଲ୍ମ ପାଇଁ ହାତ ମିଳାଇବାକୁ ଯାଉଛନ୍ତି । ନିର୍ଦ୍ଦେଶକ ବିଜୟ ‘ୱଜୀର’ ଏବଂ ‘ଶୈତାନ’ ପରି ଫିଲ୍ମ ପାଇଁ ବଲିଉଡରେ ପରିଚିତ ଏବଂ ନିଜର ନୂଆ ପ୍ରୋଜେକ୍ଟ ପାଇଁ ସେ ଜାହ୍ନବୀ ଏବଂ ଇଶାନକୁ ମନାଇ ଦେଇଛନ୍ତି । ଏହା ମଧ୍ୟ ଖବର ଶୁଣିବାକୁ ମିଳୁଛି ଯେ ଜହ୍ନବୀ-ଇଶାନଙ୍କ ଏହି ଫିଲ୍ମ ମଧ୍ୟ ଧର୍ମା ପ୍ରଡକ୍ସନ ବ୍ୟାନରରେ ନର୍ମିତ ହେବ । ଫିଲ୍ମର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ ।

dhadak_1

କହିରଖୁଛୁ ଯେ, ଜାହ୍ନବୀ କପୁର କରଣ ଜୋହରଙ୍କ ବ୍ୟାନରରେ ନର୍ମିତ ଫିଲ୍ମ ‘ଧଡକ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଫିଲ୍ମରେ ଜାହ୍ନବୀଙ୍କ ଅପୋଜିଟରେ ଇଶାନ ଖଟ୍ଟର ନଜର ଆସିଥିଲେ । ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପ୍ରଶଂସା କରିଥିଲେ । ତେବେ ପ୍ରଥମ ଫିଲ୍ମ ପରେ ଏହି ଯୋଡିଙ୍କୁ ଖୁବ ଶୀଘ୍ର ପରଦାରେ ଦର୍ଶକ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More