Only for Entertainment

ରିଲିଜ ହେଲା ଧଡକ ଫିଲ୍ମର ରୋମାଂଟିକ ଟାଇଟଲ ଟ୍ରାକ ।

The Indian Express
0 31

ଧଡକ ଫିଲ୍ମର ଟାଇଟଲ ସଂଗୀତ ରିଲିଜ ହୋଇଯାଇଛି । ଗୀତଟି ଖୁବ ସୁନ୍ଦର ହୋଇଛି ଏବଂ ଏହାକୁ କମ୍ପୋଜ କରିଛନ୍ତି ଅଜୟ-ଅତୁଲ ଏବଂ ଗୀତକୁ ରଚନା କରିଛନ୍ତି ଅମିତାଭ ଭଟାଚାର୍ଯ୍ୟ ।  ଏହି ଗୀତରେ କଣ୍ଠଦାନ ଦେଇଛନ୍ତି ଅଜୟ ଏବଂ ଶ୍ରେୟା ଘୋସାଲ ।

ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଏହି ଫିଲ୍ମ ମରାଠୀ ଫିଲ୍ମ ସୈରାଟର ହିନ୍ଦୀ ରିମେକ ଅଟେ । ୧୧ଜୁନରେ କରଣ ଜୋହର ନିଜ ହୋମ ପ୍ରଡକ୍ସନରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଧଡକ’ର ଟ୍ରେଲର ରିଲିଜ ହୋଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଏହି ଟ୍ରେଲର ମାତ୍ର କିଛି ଘଂଟା ମଧ୍ୟରେ ଖୁବ ଧମାଲ ମଚାଇଛି ଏବଂ ଦର୍ଶକଙ୍କ ପାଖରୁ ଭଲ ରେସପନ୍ସ ମିଳିଛି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ନାଗରାଜ ମଂଜୁଲେଙ୍କ ନିର୍ଦ୍ଦେଶିତ ମରାଠୀ ଫିଲ୍ମର ହିନ୍ଦୀ ରିମେକ ଅଟେ ।

ଫିଲ୍ମ ଟ୍ରେଲରରେ ଦୁଇଟି ଗୀତର ଝଲକ ଦେଖିବାକୁ ମିଳିଥିଲା । ପ୍ରଥମ ଗୀତ ଟାଇଟଲ ଟ୍ରାକ ଥିଲା ଏବଂ ଦ୍ୱିତୀୟଟି ଧମାକାଦାର ‘ଝିଙ୍ଗାଟ’ । ତେବେ ବର୍ତ୍ତମାନ ଏହି ଫିଲ୍ମର ଟାଇଟଲ ଗୀତ ରିଲିଜ ହୋଇ ଯାଇଛି ଯାହା ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More