Only for Entertainment

ରିଲିଜ ହେଲା ‘ଡ୍ରମ ଗର୍ଲ’ର ନୂଆ ଗୀତ, ଦେଖିବାକୁ ମିଳିଲା ରିତେଶ ଦେଶମୁଖଙ୍କ ସ୍ପେଶାଲ ଆପିଅରାନ୍ସ ଏବଂ ମରାଠୀ ତଡକା

latestly
37

ଆୟୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚାଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’କୁ ନେଇ ଏବେ ଖୁବ ଚର୍ଚ୍ଚା । ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଆୟଷ୍ମାନଙ୍କ ପୂର୍ବ ଫିଲ୍ମ ଗୁଡିକ ପରି ଏହି ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ଫିଲ୍ମର ତୃତୀୟ ଗୀତକୁ ମେକର୍ସ ରିଲିଜ କରିଛନ୍ତି । ଫିଲ୍ମର ଏହି ନୂଆ ଗୀତରେ ମରାଠୀ ତଡକା ଦେଖିବାକୁ ମିଳିଛି । ମରାଠୀ ଗୀତ ‘ଢଗାଲା ଲାଗଲୀ କଲ’କୁ ରିକ୍ରିଏଟ କରାଯାଇ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି ।

ଗୀତରେ ରିତେଶ ଦେଶମୁଖଙ୍କ ସ୍ପେଶାଲ ଆପିଅରାନ୍ସ ଦେଖିବାକୁ ମିଳିଛି । ଗୀତରେ ରିଦେଶ ଦେଶମୁଖଙ୍କ ସହିତ ଆୟୁଷ୍ମାନ ଖୁରାନା ଏବଂ ନୁସରତ ଭରୁଚାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଗୀତରେ ମିତ ବ୍ରଦର୍ସ, ମିକା ସିଂ ଏବଂ ଜ୍ୟୋତିକା ଟାଙ୍ଗରୀଙ୍କ ଆକର୍ଷଣୀୟ ଭଏସ ଶୁଣିବାକୁ ମିଶିଛି । ଏହାର ଲିରିକ୍ସ ଲେଖିଛନ୍ତି କୁମାର ।

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ଦୁଅଟି ଗୀତ ମେକର୍ସ ରିଲିଜ କରିଥିଲେ । ଏହାକୁ ଦର୍ଶକଙ୍କ ଜବରଦସ୍ତ ରେସ୍ପନ୍ସ ମଧ୍ୟ ମିଳିଛି । ରାଜ ସାଣ୍ଡିଲ୍ୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧୯ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More