Only for Entertainment

ଫିଲ୍ମକୁ ଆସିବା ପୂର୍ବରୁ କ୍ଲର୍କ ଭାବରେ କାମ କରୁଥିଲେ ଏହି ଅଭିନେତା,ପ୍ରଥମ ଫିଲ୍ମରେ ପାଇଥିଲେ ମାତ୍ର ୫୧ ଟଙ୍କା ।

hindustan times
0 41

ବଲିଉଡ ଫିଲ୍ମ ଅଭିନେତା ଧର୍ମେନ୍ଦ୍ର ଜଣେ ନିଆରା ମଣିଷ । ଯାହାକୁ ପରଦାରେ ଦେଖିଲେ ବଲିଉଡର ପୁରୁଣା ସ୍ମୃତି ଆଖି ସାମ୍ନାରେ ନାଚି ଉଠେ । କେହି କେହି ତାଙ୍କୁ ଆକ୍ସନ କିଙ୍ଗ କୁହନ୍ତି ତ କେହି ରୋମାନ୍ସର ବାଦଶାହ କୁହନ୍ତି ଏବଂ ଆଉ କେହି ହସର ବାଦଶାହ ବୋଲି ଆଖ୍ୟା ଦିଅନ୍ତି । କୋଟି କୋଟି ହୃଦୟରେ ରାଜ କରୁଥିବା ଧର୍ମେନ୍ଦ୍ର ବାହାରୁ ଯେତିକି ଗରମ ଭିତରେ ସେତିକି ନରମ । ତାଙ୍କର ବାସ୍ତବ ନାମ ହେଉଛି ଧରମ ସିଂ ଦେଓଲ । ସେ ପଂଜାବର କପୁରଥଲା ଜିଲ୍ଲାରେ ୮ ଡିସେମ୍ବର ୧୯୩୫ରେ ଜନ୍ମ ହୋଇଥିଲେ । କିନ୍ତୁ ବାସ୍ତବରେ ସେ ସାହନେୱାଲେ ଗାଁରେ ରୁହନ୍ତି । ସେ ପହଲବାନି ପ୍ରତି ଖୁବ ଆକର୍ଷିତ ଥିଲେ ।

ଧର୍ମେନ୍ଦ୍ର ଦିଲ୍ଲିପ କୁମାରଙ୍କୁ ନିଜର ପ୍ରେରଣା ବୋଲି ଭାବନ୍ତି । ସେ କୁହନ୍ତିଯେ, ଫିଲ୍ମକୁ ଆସିବାକୁ ମୋର ଖୁବ ଇଛା ଥିଲା, ମୁଁ ୬୦ ଦଶକରେ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଆସିଲି ସେତେବେଳେ ମୁଁ ଖ୍ୟାତ ହେବାପାଇଁ ଆସିନଥିଲି,ମୁଁ ଲୋକଙ୍କ ହୃଦୟକୁ ଜିତିବାକୁ ଆସିଥିଲି ।
ଫିଲ୍ମକୁ ଆସିବା ପୂର୍ବରୁ ଧର୍ମେନ୍ଦ୍ର ରେଲୱେରେ କ୍ଲର୍କ ଥିଲେ ଏବଂ ସେ ମାସକୁ ୧୫୦ ଟଙ୍କା ଦରମା ପାଉଥିଲେ । ନୂଆ ପ୍ରତିଯୋଗୀଙ୍କୁ ପାଇବା ପାଇଁ ଫିଲ୍ମ ନିର୍ମାତାଙ୍କ ଦ୍ୱାରା ଆୟୋଜିତ ଟ୍ୟାଲେଂଟ ହଂଟ ପ୍ରତିଯୋଗୀତାରେ ଧର୍ମେନ୍ଦ୍ର ବିଜେତା ହୋଇ ବାଜି ମାରିଥିଲେ । ଏହାପରେ ମଧ୍ୟ ଫିଲ୍ମରେ କ୍ୟାରିଅର କରିବା ତାଙ୍କ ପାଇଁ ସହଜ ନଥିଲା । ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । କେବେ କେବେ ଚଣା ଖାଇ ବିଚ୍ରେ ଶୋଇଯାଆନ୍ତି ତ କେବେ କେବେ ତାହା ମଧ୍ୟ ମିଳେନାହିଁ । କେବେ କେବେ ସେ ତାଙ୍କ ସାଙ୍ଗଙ୍କ ସହିତ ଜୁହୁରେ ମଧ୍ୟ ରହିଯାଉଥିଲେ ।

ଏହାପରେ ସେ ‘ଦିଲ ଭି ତେରା ହମ ଭି ତେରେ’ ଫିଲ୍ମରେ ନାୟିକା କୁମକୁମଙ୍କ ସହିତ ନାୟକ ଭାବରେ ସାଇନ କରିଥିଲେ କିନ୍ତୁ ଫିଲ୍ମ ଏତେ ଖାସ ଚାଲିନଥିଲା । ପରେ ଫିଲ୍ମ ଫୁଲ ଔର ପଥରରେ ସେ ପରିଚିତ ହୋଇପାରିଥିଲେଏବଂ ଏହା ତାଙ୍କ କ୍ୟାରିଅରର ପ୍ରଥମ ହିଟ ଫିଲ୍ମ ଥିଲା । ଫିଲ୍ମ ର ସୁଟିଂ ଯୋଗୁଁ ସେ ମୀନା କୁମାରୀଙ୍କ ସହିତ ଅଧିକ ଯୋଡ଼ି ହୋଇଯାଇଥିଲେ, କିନ୍ତୁ ମୀନାଙ୍କ ସହିତ ସେ ବହୁଦିନ ଧରି ସଂପର୍କରେ ରହିପାରି ନଥିଲେ ।

ଫିଲ୍ମ ଡ୍ରିମଗର୍ଲ, ସୋଲେ ଏବଂ ରଜିୟା ସୁଲତାନ ଭଳି ଫିଲ୍ମରେ ଡ୍ରିମଗର୍ଲ ହେମା ମାଳିନୀଙ୍କ ସହିତ ଏକା ସାଙ୍ଗରେ କାମ କରିଥିଲେ ଏବଂ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସଂପର୍କ ବଢି ଯାଇଥିଲା ଏବଂ ସେ ହେମାଙ୍କ ସହିତ ରୋମାନ୍ସ କରିବା ପାଇର୍ ବେଳେବେଳେ କ୍ୟାମେରା ମ୍ୟାନଙ୍କୁ ଲାଂଚ ମଧ୍ୟ ଦେଉଥିଲେ । ଶେଷରେ ୧୯୮୧ରେ ଏହି ଅଭିନେତା ଇସଲାମ ଧର୍ମକୁ ଗ୍ରହଣ କରି ଦିଲାବର ଖାନ ନାମରେ ହେମାଙ୍କୁ ବିବାହ କରିଥିଲେ ।

ନିଜ କ୍ୟାରିଅର ମଧ୍ୟରେ ଧର୍ମେନ୍ଦ୍ର ସତ୍ୟକାମ, ବନ୍ଦିନୀ, ସୋଲେ, ଧର୍ମବୀର, ଅନୁପମା, ଜୁଗନୁ ଏବଂ ଚୁପକେ ଚୁପକେ ଭଳି ଗୋଟିଏ ପରେ ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ, ଏହା ସହିତ କେତେକ ପଂଜାବୀ ଫିଲ୍ମରେ ମଧ୍ୟ କାମ କରିଥିଲେ । ଏହାପରେ ଫିଲ୍ମ ଘାୟଲର ନିର୍ମାତା ପାଇଁ ତାଙ୍କୁ ଫିଲ୍ମଫେୟର ପୁରଷ୍କାର ମଧ୍ୟ ମିଳିଥିଲା । ୧୯୯୭ରେ ଫିଲ୍ମରେ ଉଲ୍ଲେଖନୀୟ ଯୋଗଦାନ ପାଇର୍ ତାଙ୍କୁ ଫିଲ୍ମଫେୟର ଲାଇଫଟାଇମ ଆଚିଭମେଂଟ ପୁରଷ୍କାରରେ ସମ୍ମାନିତ କରାଯାଇଥିଲା ।

୨୦୦୭ରେ ଫିଲ୍ମ ଅପନେ ଏବଂ ୨୦୧୧ରେ ଫିଲ୍ମ ଅମଲା ପଗଲା ଦିୱାନାରେ ସେ ତାଙ୍କ ଦୁଇ ପୁଅ ସନି ଏବଂ ବବିଙ୍କ ସହିତ ନଜର ଆସିଥିଲେ । ୨୦୧୨ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More