Only for Entertainment

ସଲମାନଙ୍କ ଏହି ଫଟୋ ସେୟାର କରି ‘ରେସ-୩’ ପାଇଁ ଶୁଭକାମନା ଜଣାଇଲେ ଧର୍ମେନ୍ଦ୍ର

zee news
0 59

ପ୍ରସିଦ୍ଧ ବଲିଉଡ ଅଭିନେତା ଧର୍ମେନ୍ଦ୍ର ସୁପରଷ୍ଟାର ସଲମାନ ଖାନ ଏବଂ ପୁଅ ବବି ଦେୱଲଙ୍କୁ ଆଗାମୀ ଫିଲ୍ମ ‘ରେସ-୩’ ପାଇଁ ଶୁଭକାମନା ଜଣାଇଛନ୍ତି । ଧର୍ମେନ୍ଦ ନିଜ ଟ୍ୱିଟର ଆକାଉଣ୍ଟରେ ସଲମାନଙ୍କର ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ସେହିପରି ଅନ୍ୟପକ୍ଷରେ ବବି ଦେୱଲଙ୍କର ପିଲା ଦିନର ଫଟୋକୁ ସେୟାର କରି ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି ।

ସଲମାନଙ୍କ ପୁରୁଣା ଫଟୋ ସେୟାର କରି ଧର୍ମେନ୍ଦ୍ର ଲେଖିଥିଲେ, ‘ନଜର ନ ଲାଗୁ । ସଲମାନଙ୍କୁ ଭଲପାଇବା ଏବଂ ରେସ-୩ ପାଇଁ ଶୁଭକାମନା ।’ ଧର୍ମେନ୍ଦ୍ର ସେୟାର କରିଥିବା ଏହି ଫଟୋରେ ସଲମାନ ଧର୍ମେନ୍ଦ୍ରଙ୍କ ପେଣ୍ଟିଂ କରୁଥିବା ନଜର ଆସିଛନ୍ତି ।


ସେହିପରି ଧର୍ମେନ୍ଦ୍ର ଆଉ ଏକ ଟୁଇଟ କରି ପୁଅ ବବି ଦେୱଲଙ୍କ ଛୋଟ ବେଳର ଫଟୋ ସେୟାର କରିଛନ୍ତି । ଫଟୋରେ ଧର୍ମେନ୍ଦ୍ର ବବିଙ୍କୁ କିସ କରୁଥିବାର ଦେଖିବାକୁ ମିଳିଛି । ଏହା ସହିତ ସେ ବବିଙ୍କୁ ଶୁଭକାମନା ଜଣାଇଛନ୍ତି । କହିରଖୁଛୁ ଯେ ରେସ-୩ ବିବି ଦେୱଲଙ୍କ ପାଇଁ ବଡ ପ୍ରୋଜେକ୍ଟ । ଏହି ଫିଲ୍ମ ଜରିଆରେ ସେ ଦମଦାର କମବ୍ୟାକ କରିବେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ ବବି ରେସ-୩ ପରେ ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ରେ ମଧ୍ୟ ନଜର ଆସିବେ । ଫିଲ୍ମ ‘ରେସ-୩’ ବିଷୟରେ କହିବାକୁ ଗଲେ ଫିଲ୍ମ ୧୫ ଜୁନରେ ଇଦରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More