Only for Entertainment

ଏବେ ଏଭଳି ଦେଖା ଯାଉଛନ୍ତି ସୋଲେ ଫିଲ୍ମର ‘ବୀରୁ ଏବଂ ବସନ୍ତୀ’ ।

bollywood tadka
29

ବଲିଉଡ ଅଭିନେତ୍ରୀ ଈଶା ଦେଓଲ ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେଣୁ ସେ ଏବେ ହିନ୍ଦୁଜା ହସ୍ପିଟାଲରେ ଅଛନ୍ତି । ଝିଅ ଠାରୁ ଖୁସି ଖବର ଶୁଣିବା ପରେ ଦେଖିବା ପାଇଁ ବହାରିଗଲେ ବାପା ଧର୍ମେନ୍ଦ୍ର ଏବଂ ମା ହେମା ମାଳିନୀ । ହସ୍ପିଟାଲରେ ପହଂଚିଥିବା ସମୟର ଫଟୋ ସାମ୍ନାକୁ ଆସିଛି । ଦୁଇଜଣଙ୍କ ସହିତ ନଜର ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ହାତରେ ମିଠା ଧରିଛନ୍ତି ।

ଫଟୋ ଦେଖିଲେ ଜାଣିପାରିବେ ଧର୍ମେନ୍ଦ୍ର ଏବଂ ହେମାଙ୍କ ଲୁକ କେତେ ବଦଳି ଯାଇଛି । ବୟସର ଛାପ ଏବେ ତାଙ୍କ ଚେହେରାରେ ଦେଖାଯାଉଛି । ଖବର ପାଇଁ କହିରଖୁଛୁ ହେମା ଏବଂ ଧର୍ମେନ୍ଦ୍ର ଫିଲ୍ମ ‘ସୋଲେ’ରେ ଏକା ସାଙ୍ଗରେ ନଜର ଆସିଥିଲେ ।

ଈଶାଙ୍କ କଥା ଯଦି ଆଲୋଚନା କରିବା ତେବେ ସେ ଅଭିନୟକୁ ୨୦୧୨ରୁ ବିଦାୟ କହି ବିଜନେସମ୍ୟାନ ଭରତ ତଖତାନୀଙ୍କୁ ବିବାହ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More