Only for Entertainment

ପୁଣିଥରେ ଜମି ଚାଷ କରୁଥିବା ଭିଡ଼ିଓ ଶେୟାର କଲେ ଧର୍ମେନ୍ଦ୍ର, ଲୋକଙ୍କୁ ପଚାରିଲେ…… ।

ndtv
34

ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଏବେ ତାଙ୍କ ଫାର୍ମ ହାଉସରେ ସମୟ ବିତାଉଛନ୍ତି । ନିଜ ଜମିରେ ତାଜା ଫଳ ଓ ପନିପରିବା ଉତ୍ପାଦନ କରୁଥିବା ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଶେୟାର କରନ୍ତି ଧର୍ମେନ୍ଦ୍ର । ଜମିରେ ଚାଷ କରିବା ସହିତ ଧର୍ମେନ୍ଦ୍ର ନିଜର ମନ୍ତବ୍ୟ ମଧ୍ୟ ବ୍ୟକ୍ତ କରନ୍ତି । ଧର୍ମେନ୍ଦ୍ର ପୁଣିଥରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ସେ ଗାଡ଼ି ଚଳାଇ ନିଜ ଜମି ପାଶ୍ୱର୍କୁ ଇଶାରା କରୁଥିବାର ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର କହୁଛନ୍ତି ଜମି ପ୍ରସ୍ତୁତ ହୋଇଗଲା, ବନ୍ଧୁମାନେ ଠିକ କରୁଛି ନା? ଏହି ଭିଡ଼ିଓକୁ ସେ କିଛି ଦିନ ପୂର୍ବରୁ ଶେୟାର କରିଥିଲେ ଏବଂ ଏହାକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଦେଖି ସାରିଛନ୍ତି । ଏକ ସୁନ୍ଦର କ୍ୟାପ୍ସନ ଦେଇ ଧର୍ମେନ୍ଦ୍ର ଲେଖିଛନ୍ତି ବନ୍ଧୁ ବାଧ୍ୟତା ନେଇଯାଏ, ନଚେତ ଏହି ସୁନ୍ଦର ସ୍ଥାନରୁ ଯିବାକୁ ଇଛା ନାହିଁ, ମୁଁ ପୁଣିଥରେ ଫେରି ଆସିଛି, ବଂଚିକି ଥାଅ ।

ଧର୍ମେନ୍ଦ୍ର ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଫଟୋ, ଭିଡ଼ିଓ ଆଦି ଶେୟାର କରନ୍ତି । କାରଣ ସେ ଦେଖାଇବାକୁ ଚାହାଁନ୍ତିଯେ ସେ ତାଙ୍କ ଜମିରେ କ’ଣ ଫସଲ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More