Only for Entertainment

ରିଲିଜ ହେଲା ଆଗାମୀ ଫିଲ୍ମ ‘ବୈଶାଳି’ର ରୋମାଣ୍ଟିକ ଗୀତ ‘ଧିରେ ଧିରେ’

you tube
91

ମୁକ୍ତିଲାଭ କଲା ଆଗାମୀ ରୋମାଂଟିକ୍ ଫିଲ୍ମ ବୈଶାଳିର ମନଛୁଆଁ ରୋମାଂଟିକ୍ ଗୀତ ‘ଧିରେ ଧିରେ’ । ଗୀତରେ ନାୟକ ପ୍ରିତ୍ ଓ ନାୟିକା ସୁମନପ୍ରିୟାଙ୍କ ମଧ୍ୟରେ ହାଲକା – ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି । ଜବରଦସ୍ତ ମ୍ୟୁଜିକ୍ ଆଉ ଆକର୍ଷଣୀୟ ଲିରିକ୍ସକୁ ନେଇ ପ୍ରସ୍ତୁତ ହୋଇଛି ଏହି ଗୀତଟି । ଆଉ ଏଥିରେ ଶୁଣିବାକୁ ମିଳିଛି ଅରବିନ୍ଦଙ୍କ ଆକର୍ଷଣୀୟ ଗାୟିକୀ । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମଦାର୍ ।

ଫିଲ୍ମରେ ନାୟକ ଭାବେ ଅଭିଷେକ ରଥ ଏବଂ ପ୍ରିତ୍ ଅଭିନୟ କରୁଥିବାବେଳେ, ନାୟିକା ଭାବେ ସୁମନ ପ୍ରିୟାଙ୍କୁ ଦେଖିବାକୁ ମିଳିବ । ଏଥିରେ ସୁମନଙ୍କର ଡବଲ୍ ରୋଲ୍ ରିହିଛି । ବୈଶାଳି ପ୍ରଡକ୍ସନ୍ ବ୍ୟାନରର ପ୍ରଥମ ଅବଦାନ ଏହି ସିନେମାର ପ୍ରଯୋଜନା କରୁଛନ୍ତି ସୁଧିର୍ କୁମାର୍ ଜୈନ୍ । ସିନେମାର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଉଛନ୍ତି ଆଶୁତୋଷ ଦାସ୍ । ରୋମାଂଟିକ୍ ଷ୍ଟୋରୀ ଲାଇନ୍, ନାୟିକାଙ୍କ ଡବଲ୍ ରୋଲ୍ ଆଉ ଜବରଦସ୍ତ ଫାଇଟ୍ ସିକ୍ୱେନ୍ସକୁ ନେଇ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଚଳଚ୍ଚିତ୍ର ‘ବୈଶାଳି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More