Only for Entertainment

୧୧ ବର୍ଷର ରିଲେସନସିପକୁ ଭାଙ୍ଗିଲେ ଦିଆ ମିର୍ଜା-ସାହିଲ ସଙ୍ଘା, ପରସ୍ପର ବୁଝାମଣାରେ ହେଲେ ଅଲଗା

latestly
137

ଫିଲ୍ମ ‘ରେହନା ହେ ତେରେ ଦିଲ ମେଁ’ରୁ ବଲିଉଡ ଡେବ୍ୟୁ କରିଥିବା ଅଭିନେତ୍ରୀ ଦିଆ ମିର୍ଜା ବଲିଉଡକୁ ବଡ ହିଟ ହେଇନଥିଲେ ବି ନିଜର ସୋସିଆଲ ୱାର୍କ ପାଇଁ ସେବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଇତି ମଧ୍ୟରେ ଦିଆ ନିଜ ଲାଇଫକୁ ନେଇ ଏକ ଆଶ୍ଚର୍ଯ୍ୟକର ଘୋଷଣା କରିଛନ୍ତି ।

ଦିଆ ନିଜ ଇଂଷ୍ଟାଗ୍ରାମରେ ଏକ ଷ୍ଟେଟମେଣ୍ଟ ସେୟାର କରି କହିଛନ୍ତି ଯେ, ସେ ଏବଂ ତାଙ୍କ ପତି ସାହିଲ ସଙ୍ଘା ୧୧ ବର୍ଷର ସମ୍ପର୍କକୁ ଶେଷ କରିବା ପାଇଁ ଯାଉଛନ୍ତି । ଦୁହେଁ ପରସ୍ପରର ସହମତିରେ ଏହି ନିର୍ଣ୍ଣୟ ନେଇଛନ୍ତି ।

 

 

View this post on Instagram

 

A post shared by Dia Mirza (@diamirzaofficial) on

ଦିଆ ମିର୍ଜା ଏହି ପୋଷ୍ଟରେ ଲେଖିଛନ୍ତି, ‘ବିବାହ ପରେ ୧୧ ବର୍ଷ ସାଥି ହୋଇ ରହିବା ପରେ ଆମେ ପରସ୍ପର ବୁଝାମଣାରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛୁ । ଆମେ ଆଗକୁ ମଧ୍ୟ ଭଲ ବନ୍ଧୁ ହୋଇ ରହିବୁ ଏବଂ ପରସ୍ପର ପାଇଁ ଭବିଷ୍ୟତରେ ସେହି ସମ୍ମାନ ଏବଂ ପ୍ରେମ ରହିବ । ଆମର ରାସ୍ତା ଅଲଗା ହୋଇଯାଇଛି ସତ କିନ୍ତୁ ଆମେ ଯେଉଁଭଳି ବଣ୍ଡ ସେୟାର କରିଛୁ ସେଥିପାଇଁ ସବୁବେଳେ କୃତଜ୍ଞ ରହିବୁ । ଆମେ ପରିବାର ଏବଂ ବନ୍ଧୁମାନଙ୍କ ଭଲପାଇବା ପାଇଁ ମଧ୍ୟ ଧନ୍ୟବାଦ ଜଣାଇବୁ । ଏହା ବିଷୟରେ ଆମେ ଆଗକୁ ଆଉ କିଛି କହିବୁ ନାହିଁ । ’

ଆପଣଙ୍କୁ କହିରଖୁଛୁ ଯେ, ଦିଆ ଏବଂ ସାହିଲ ସଙ୍ଘା ଲମ୍ବା ସମୟରୁ ବିଜନେସ ପାର୍ଟନର ଅଛନ୍ତି । ଏହାପରେ ଦୁହେଁ ୨୦୧୪ରେ ବିବାହ କରିଥିଲେ । ଦୁହେଁ ଆର୍ଯ୍ୟ ସମାଜରେ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More