Only for Entertainment

ଭାଇରାଲ ଭିଡିଓ: ‘ଜରା ଜରା’ ଗୀତରେ ଦିୟା ମିର୍ଜା କଲେ ଏପରି ଡ୍ୟାନ୍ସ ଆପଣ ମଧ୍ୟ ନଜର ହଟାଇ ପାରିବେ ନାହିଁ ।

zee news
0 53

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ନାଁ । ୨୦୦୦ ମସିହାରେ ମିସ୍ ଏସିଆ ପ୍ୟାସିଫିକ ଟାଇଟଲ ଜିତିବା ପରେ ୨୦୦୧ରେ ସେ ଫିଲ୍ମ ‘ରହନା ହେ ତେରେ ଦିଲ ମେଁ’ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ସୁପରହିଟ ହେବା ସହିତ ଫିଲ୍ମ ଦିୟାଙ୍କୁ ବଲିଉଡରେ ପରିଚୟ ମଧ୍ୟ ଦେଇଥିଲା । ଏହି ଫିଲ୍ମର କାହାଣୀ ଏବଂ ଗୀତକୁ ଆଜି ମଧ୍ୟ ଦର୍ଶକ ପସନ୍ଦ କରନ୍ତି ।

ରବିବାର ଇଣ୍ଟରନ୍ୟାସନାଲ ଡ୍ୟାନ୍ସ ଡେ ମଉକାରେ ଦିୟା ନିଜର ଡେବ୍ୟୁ ଫିଲ୍ମର ଗୀତ ‘ଜରା ଜରା’ରେ ଡ୍ୟାନ୍ସ କରି ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ କେରିଓଗ୍ରାଫରଙ୍କ ସହିତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ମାତ୍ର ୯ ଘଣ୍ଟାରେ ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।

ଦେଖନ୍ତୁ ଭିଡିଓ…

Zara Zara #InternationalDayOfDance! #DanceMore #LiveMore #LoveMore

A post shared by Dia Mirza (@diamirzaofficial) on

ଦିୟା ସଂଜୟ ଦତ୍ତଙ୍କ ବାୟୋପିକ ଫିଲ୍ମ ‘ସଞ୍ଜୁ’ରେ ତାଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକାରେ ନଜର ଆସିବେ । ରାଜକୁମାର ହିରାନୀଙ୍କ ଏହି ଫିଲ୍ମରେ ସଂଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More