Only for Entertainment

ମିଠା ଖାଇବା ଦ୍ୱାରା ହୋଇନଥାଏ ଡାଇବେଟିସ, ଏହା ହେଉଛି ଅସଲି କାରଣ

YouTube
0 68

ଅଧିକାଂଶ ସମୟରେ ଆପଣ ଲୋକଙ୍କୁ କହିଥିବାର ଶୁଣିଥିବେ ଯେ ‘ଏତେ ମିଠା ଖାଅନି ଡାଇବେଟିସ ହୋଇଯିବ ।’ କିନ୍ତୁ ସତରେ କ’ଣ ଏପରି ହୋଇଥାଏ ? କିନ୍ତୁ ଏହା ସତ ଯେଉଁ ଲୋକମାନଙ୍କ ଠାରେ ଏହି ସମସ୍ୟା ଦେଖାଯାଇଥାଏ ସେମାନଙ୍କୁ ଡାକ୍ତର ମିଠା ନଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଯେଉଁମାନଙ୍କ ଠାରେ ଏହି ସମସ୍ୟା ନାହିଁ ସେମାନେ କ’ଣ ଏଥପ୍ରତି ସତର୍କ ରହିବା ଆବଶ୍ୟକ ।

ଡାଇବେଟିସ ଦୁଇ ପ୍ରକାରର ହୋଇଥାଏ । ଟାଇପ ଏ ଏବଂ ଟାଇପ ବି । ଯଦି ଶରୀରର ପ୍ରତିରକ୍ଷା ତନ୍ତ୍ର ଇନସୁଲି ପ୍ରସ୍ତୁତ କରୁଥିବା କୋଷକୁ ଶେଷ କରିଦେଇଥାଏ ତେବେ ଏହା ଦ୍ୱାରା ଟାଇପ ଏ ଡାଇବେଟିସ ହୋଇଥାଏ । ଅନ୍ୟପକ୍ଷରେ ଶରୀର ଯଦି ଇନସୁଲିନ ପ୍ରସ୍ତୁତ କରିବା ପାଇଁ ଅକ୍ଷମ ହୋଇଯାଏ ଏହାକୁ ଟାଇପ ବି ଡାଇବେଟିସ କୁହାଯାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ପ୍ରକାର ଡାଇବେଟିସ ସହିତ ମିଠାର କୌଣସି ସମ୍ପର୍କ ନାହିଁ ।

pic 1

ଟାଇପ ବି ଡାଇବେଟିସ ମୋଟାପା କାରଣରୁ ହୋଇପାରେ । ଶରୀର ପ୍ରତି ଧ୍ୟାନ ନଦେବା, ଜଙ୍କ ଫୁଡ ଖାଇବା ଏହାର କାରଣ ହୋଇପାରେ । ଏହି ପ୍ରକାର ଡାଇବେଟିସର ସମ୍ବନ୍ଧ ପରୋକ୍ଷ ରୂପରେ ସୁଗାର ସହିତ ରହିଛି । ଅଧିକ ମିଠା ଖାଇବା ଦ୍ୱାରା ମୋଟାପାର ଶିକାର ହେବାର ଆଶଙ୍କା ଥାଏ ସେଥିପାଇଁ ଡାଇବେଟିସ ରୋଗୀଙ୍କୁ ମିଠା ଖାଇବା ପାଇଁ ବାରଣ କରାଯାଇଛି ।

pic2

କିନ୍ତୁ ଅନେକ ଲୋକଙ୍କ ମନରେ ଭ୍ରମ ଥାଏ ଯେୁଉଁମାନେ ଡାଇବେଟିସ ରୋଗୀ ସେମାନେ ମିଠା ଖାଇପାରିବେ ନାହିଁ । କିନ୍ତୁ ଏହା ସତ ନୁହେଁ ଯଦି ଡାଇବେଟିସ ସମସ୍ୟା ଆରମ୍ଭ ହେଉଥାଏ ତେବେ ଡାଏଟରେ ସୁଗାର ରହିବା ଆବଶ୍ୟକ ଏହା ଦ୍ୱାରା ଶରୀରକୁ ରୋଗ ସହିତ ଲଢିବାର ଶକ୍ତି ମିଳିଥାଏ । କିନ୍ତୁ ମିଠା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନେବା ଉଚିତ ।

pic4

ଯଦି ଆପଣ ପ୍ରତିଦିନ ୬ ଚାମଚ ସୁଗାର ଖାଉଥାନ୍ତି ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ୱାଲ୍ଡ ହେଲଥ ଅରଗାନାଇଜେସନ ଅନୁସାରେ ଏହା ଶରୀରର କୌଣସିକ୍ଷତି କରିନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More