Only for Entertainment

ଅଧିକ ମିଠା ଖାଇଲେ ମଧୁମେହ ହୋଇଥାଏ ବୋଲି ଭାବୁଛନ୍ତି କି? ଏହା ଆପଣଙ୍କର ଭୁଲ ଧାରଣା ।

Eat Play Thrive
0 40

ସାଧାରଣତଃ ଜଣେ ଯଦି ଅଧିକ ମିଠା ଖାଇଥାଏ,ତେବେ ତାକୁ ଅନ୍ୟମାନେ କହନ୍ତି,’ବେଶୀ ମିଠା ଖାଆନି, ନ ହେଲେ ଡାଏବେଟିସ୍‌ ହୋଇଯିବ। କିନ୍ତୁ ପ୍ରକୃତରେ ମିଠା ଖାଇଲେ ମଧୁମେହ ରୋଗ ହେବାର ଆଶଙ୍କା ଥାଏ ବୋଲି ଯାହା କୁହାଯାଏ , ତାହା ସତ ନୁହେଁ ବୋଲି ଏକ ଗବେଷଣାରୁ ଜଣାଯାଇଛି।
ସୁଗାର୍‌ ଅଧିକାଂଶ ଫଳ ଓ ପନିପରିବାରେ ରହିଛି। ଦୁଇ ପ୍ରକାରର ମଧୁମେହ ରହିଛି।

ଏଥିମଧ୍ୟରୁ ଗୋଟିଏ ହେଲା ଟାଇପ୍‌ -୧ ଓ ଅନ୍ୟଟି ହେଲା ଟାଇପ୍‌-୨।
ଟାଇପ୍‌-୧ ମଧୁମେହରେ ଇନ୍‌ସୁଲିନ୍‌ ଉତ୍ପାଦକ କୋଷଗୁଡିକ ଆପଣଙ୍କର ସୁରକ୍ଷା ପ୍ରଣାଳୀ ଦ୍ୱାରା ନଷ୍ଟ ହୋଇଥାଏ। କିନ୍ତୁ ଟାଇପ୍‌-୨ ମଧୁମେହରେ ଆପଣଙ୍କ ଶରୀର ପାନକ୍ରିୟା ଦ୍ୱାରା ଉତ୍ପାଦିତ ଇନ୍‌ସୁଲିନ୍‌ର ପ୍ରୟୋଗ କରିବାରେ ଅକ୍ଷମ।

ଟାଇପ୍‌-୨ ମଧୁମେହରେ ପୀଡ଼ିତ ହେଲେ ଶୀଘ୍ର ମୋଟାପାର ଶିକାର ହୋଇଯାଆନ୍ତି। ଜଙ୍କ୍‌ ଫୁଡ୍‌ ଓ ଶର୍କରା ଜାତୀୟ ପାନୀୟ ସେବନ କଲେ ଏହା ହେବାର ଆଶଙ୍କା ଅଧିକ ଥାଏ।

ଏଣୁ ଅତ୍ୟଧିକ ଶର୍କରା ଜାତୀୟ ଖାଦ୍ୟ ବା ମିଠା ଖାଇଲେ ମଧୁମେହ ହେବାର ଆଶଙ୍କା ନ ଥାଏ। ଅଧିକ ମିଠା ଖାଇଲେ ଶରୀରର ମୋଟାପା ବଢ଼ିଥାଏ ଓ ଏହା ଅନ୍ୟାନ୍ୟ ରୋଗର କାରଣ ବି ହୋଇପାରେ।

ଏଣୁ ଅଧିକ ମିଠା ଖାଇଲେ ଅନ୍ୟାନ୍ୟ ରୋଗ ଯେପରି ନ ହୁଏ ସେଥିପାଇଁ ନିୟମିତ ବ୍ୟାୟାମ ବା ଶାରୀରିକ ଶ୍ରମ କରିବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More