Only for Entertainment

କିପରି ଜାଣିବେ ଆପଣ ମଧୁମେହର ଶୀକାର?

elmanana.com.mx
0 32

ମଧୁମେହ ଆଜିକାଲି ଏକ ଗମ୍ଭୀର ରୋଗ ପାଲଟି ଗଲାଣି । ଯାହା ପ୍ରୟତଃ ଏବେ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ପ୍ରଥମେ ଏହି ରୋଗ ୪୦ବର୍ଷ ବୟସ ପରେ ହେଉଥିବା ବେଳେ ଏବେ ଏହା ସବୁ ବୟସର ଲୋକମାନଙ୍କ ପାଖରେ ଦେଖା ଯାଉଛି । ତେବେ କିଛି ଲୋକ ଏହାର ସଙ୍କେତକୁ ଜାଣି ନ ପାରି ଏହାକୁ ଅଣଦେଖା କରି ଦେଇଥାନ୍ତି । ଯାହା ପରେ ଏହା ସେମାନଙ୍କୁ ଅସୁବିଧାରେ ପକାଇଥାଏ । ତେବେ ମଧୁମେହ ରୋଗର ଚିକିତ୍ସା କରିବା ପାଇଁ ଏହାର ଲକ୍ଷଣ ଜାଣିବା ନିହାତି ଆବଶ୍ୟକ ।

୧. ଠିକ୍‌ ପରିମାଣରେ ପାଣି ପିଇବା ପରେ ମଧ୍ୟ ଯଦି ଆପଣଙ୍କୁ ଶୋଷ ଲାଗୁଛି, ତେବେ ଏହା ମଧୁମେହ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ । କାରଣ ରକ୍ତରେ ସର୍କରାର ମାତ୍ରା ଅଧିକ ହେବା ଦ୍ୱାରା ତାହା ପରିଶ୍ରା ମାଧ୍ୟମରେ ବାହାରକୁ ବାହାରିଥାଏ । ଯାହାଦ୍ୱାରା ବାରମ୍ବାର ପରିଶ୍ରା ଲାଗିବା ଏବଂ ଶୋଷ ଲାଗିବା ଭଳି ସମସ୍ୟା ଦେଖା ଯାଇଥାଏ ।
୨. ଯଦି ଅପାଣଙ୍କର ୩-୪ସପ୍ତାହରୁ ଅଧିକ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖା ଦେଉଛି, ତେବେ ତୁରନ୍ତ ଯାଇ ମଧୁମେହ ରୋଗର ଚିକିତ୍ସା କରାନ୍ତୁ । ମଧୁମେହ ରୋଗ ହେବା ହେତୁ ଶରୀରରେ ଇନ୍‌ସୁଲିନ୍‌ ସୃଷ୍ଟି ହେବା ବନ୍ଦ ହୋଇ ଯାଇଥାଏ । ଯାହା ଦ୍ୱାରା ମୁଣ୍ଡବିନ୍ଧା ହେବା ଭଳି ସମସ୍ୟା ଦେଖା ଯାଇଥାଏ ।

୩. ମଧୁମେହ ରୋଗ ହେଲେ ରକ୍ତରେ ସର୍କରାର ସ୍ତର ବଢ଼ିବା ସହ ଇନ୍‌ସୁଲିନ୍‌ ସୃଷ୍ଟି ହେବା ବନ୍ଦ ହୋଇ ଯାଇଥାଏ । ଯାହାଦ୍ୱାରା ଠିକ୍‌ ଭାବରେ ଶୋଇବା ପରେ ମଧ୍ୟ ଥକାପଣ ଅନୁଭବ ହୋଇଥାଏ ।
୪. ଟାଇପ୍‌-୧ ମଧୁମେହ ରୋଗ ହେବା ଦ୍ୱାରା ଲୋକମାନଙ୍କ ଦୃଷ୍ଟିଶକ୍ତି କମ ହୋଇ ଯାଇଥାଏ । ଯାହାଦ୍ୱାରା ଦୃଷ୍ଟିଶକ୍ତି ଚାଲିଯିବାର ମଧ୍ୟ ଆଶଙ୍କା ରହିଥାଏ । ହଠାତ୍‌ ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More