Only for Entertainment

ଯାଉ ଯାଉ ଦିବ୍ୟା ଶ୍ରୀଦେବୀଙ୍କୁ ଦେଇଗଲେ ବ୍ଲକବଷ୍ଟର ଫିଲ୍ମ, ସେଟରେ ହେଉଥିଲା ଅଜବ ଘଟଣା ।

amarujala
0 45

ଶ୍ରୀଦେବୀଙ୍କ ନିଧନ ପରେ ଆଜି ହେଉଛି ତାଙ୍କ ପ୍ରଥମ ଜନ୍ମଦିନ । ସେ ତାଙ୍କ କ୍ୟାରିଅରରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଛନ୍ତି । ବଲିଉଡରେ ଏଭଳି ଏକ ସମୟ ଥିଲା ଯେତେବେଳେ ଦିବ୍ୟାଙ୍କ ଓ ଶ୍ରୀଦେବୀଙ୍କ ଚେହେରା ପ୍ରାୟ ମିଶୁଥିବାର ଉଭୟଙ୍କୁ ପରସ୍ପର ସହ ତୁଳନା କରାଯାଉଥିଲା । ଦୁଇ ଜଣଙ୍କର ଅନ୍ୟ ଏକ ସଂଯୋଗ ରହିଥିଲା ଯେପରି ଦିବ୍ୟା ୨୫ ଫେବୃୟାରୀଙ୍କୁ ଜନ୍ମଦିନ ହୋଇଥିଲେ ଏବଂ ଶ୍ରୀଦେବୀଙ୍କ ମୃତ୍ୟୁ ୨୪ ଫେବୃୟାରୀକୁ ହୋଇଥିଲା । ଫିଲ୍ମ ବିଶ୍ୱାତ୍ମାରୁ ଦିବ୍ୟା ବଲିଉଡରେ ଡେବ୍ୟୁ କରିଥିଲେ । ସମସ୍ତେ ଭାବୁଥିଲେଯେ ଦିବ୍ୟା ଶ୍ରୀଦେବୀଙ୍କ ସ୍ଥାନ ନେବେ, କିନ୍ତୁ ୧୯ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଗଲେ ଏବଂ ତାଙ୍କ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଗଲେ ।

ଦୁଇଜଣଙ୍କ ଚେହେରା ଏତେ ମିଶୁଥିଲାଯେ ଦିବ୍ୟାଙ୍କ ମୃତ୍ୟୁପରେ ଶ୍ରୀଦେବୀଙ୍କୁ ଏକ ଫିଲ୍ମରେ ରିପ୍ଲେସ କରାଯାଇଥିଲା । ୧୯୯୪ରେ ଆସିଥିବା ଫିଳ୍ମ ଲାଡଲାରେ ଦିବ୍ୟାଙ୍କୁ ନିଆଯାଇଥିଲା, ଫିଲ୍ମର କିଛି ଭାଗ ସୁଟିଂ ମଧ୍ୟ କରାଯାଇଥିଲା,କିନ୍ତୁ ଦିବ୍ୟାଙ୍କ ଅଚାନକ ମୃତ୍ୟୁରେ ସୁଟିଂକୁ ବନ୍ଦ କରିବାକୁ ପଡ଼ିଥିଲା । ଏହାପରେ ନିର୍ମାତା ଶ୍ରୀଦେବୀଙ୍କୁ ସଂପର୍କ କରିଥିଲେ । ଫିଲ୍ମ ଲାଡଲା ପାଇଁ ଶ୍ରୀଦେବୀ ସାଇନ କଲେ । ଦିବ୍ୟାଙ୍କ ସହିତ ସୁଟ କରିବାର ଏକ ଭିଡ଼ିଓ ୟୁଟ୍ୟୁବରେ ରହିଛି ।

ଶ୍ରୀଦେବୀଙ୍କ ବ୍ୟତୀତ ଫିଲ୍ମରେ ଶକ୍ତି କପୁର ଏବଂ ରବିନା ଟଣ୍ଡନ ଥିଲେ । ୬ ମାସ ପରେ ଯେତେବେଳେ ଫିଲ୍ମର ସୁଟିଂ ଆରମ୍ଭ ହେଲା ସେହି ସମୟରେ ସେଟରେ ଅଜବ ଘଙ୍କରା ସବୁ ଦେଖିବାକୁ ମିଳିଲା । ଏକ ଦୃଶ୍ୟରେ ଶ୍ରୀଦେବୀଙ୍କ ସହିତ ରବିନା ଏବଂ ଶକ୍ତି କପୁର ଥିଲେ । ଶ୍ରୀଦେବୀ ଗୋଟିଏ ସ୍ଥାନରେ ବାରମ୍ବାର ଅଟକି ଯାଉଥିଲେ ଯେଉଁ ସ୍ଥାନରେ ଦିବ୍ୟା ମଧ୍ୟ ଅଟକି ଯାଉଥିଲେ । ଏହି ଘଟଣା ଦେଖି ରବିନା ଏବଂ ଶକ୍ତି କପୁର ଡରି ଯାଇଥିଲେ । ଏହାପରେ ଶକ୍ତି କପୁର ରବିନା ଟଣ୍ଡନଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ପରାମର୍ଶ ଦେଇଥିଲେ । ତାହାପରେ ସୁଟିଂ ପୂରା ହୋଇଥିଲା । ଫିଲ୍ମରେ ଶ୍ରୀଦେବୀ ଏକ ଫ୍ୟାକ୍ଟ୍ରିର ମାଲିକ ହୋଇଥିଲେ ଏବଂ ଅନିଲ ସେଠାକାର ଶ୍ରମିକ । ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ୪୦ ତମ ଫିଲ୍ମଫେୟାର ଆୱାର୍ଡ଼ରେ ଶ୍ରୀଦେବୀଙ୍କୁ ବେଷ୍ଟ ଆକ୍ଟ୍ରେସ ପାଇଁ ନମିନେଟ କରାଯାଇଥିଲା ।

ଆଜି ହେଉଛି ଶ୍ରୀଦେବୀଙ୍କ ଜନ୍ମଦିନ, କିନ୍ତୁ ସେ ଏବେ ଆମ ମଧ୍ୟରେ ନାହାଁନ୍ତି । ସବୁଠାରୁ ଦୁଃଖର କଥା ହେଉଛି ଆଜି ତାଙ୍କ ଜନ୍ମଦିନରେ ତାଙ୍କ ପରିବାର ନିହାତି ଭାବରେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More