Only for Entertainment

ନିକ ଜୋନ୍ସଙ୍କ ଭାଇଙ୍କ ବିବାହରେ ପହଂଚିଲେ ପ୍ରିୟଙ୍କା ଚୋପ୍ରା, ଦେଖନ୍ତୁ ଦୁହିଁଙ୍କ ଭାଇରାଲ ଫଟୋ !

instagram
0 57

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକନ ସିଙ୍ଗର ନିକ ଜୋନ୍ସଙ୍କ ସମ୍ପର୍କର ଚର୍ଚ୍ଚା କିଛି ଦିନ ହେବ ଜୋର ଧରିଥିବା ବେଳେ ଲଗାତାର ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମଧ୍ୟ ମିଳୁଛି । ଯାହା ଭାଇରାଲ ହେବାରେ ଲାଗିଛି ।


ସେମିତି ବି ପ୍ରିୟଙ୍କା ଅନେକ ସମୟ ଧରି ଚର୍ଚ୍ଚାରେ ରହି ଆସନ୍ତି ମାତ୍ର ଏବେ ଏହି ସମ୍ପର୍କକୁ ନେଇ ପ୍ରିୟଙ୍କା ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି । ଏବେ ପ୍ରିୟଙ୍କା ଏବଂ ନିକଙ୍କର କିଛି ଫଟୋ ସାମ୍ନାକୁ ଆସିଛି ଏବଂ ଏହି ଫଟୋ ନିକଙ୍କ ଭାଇ ବିବାହର ଅଟେ ।


ପ୍ରିୟଙ୍କା ଚୋପ୍ରା ଏବଂ ନିଜ କଥିତ ବୟଫ୍ରେଣ୍ଡ ନିକ ଜୋନସଙ୍କ ସହ ସମ୍ପର୍କୀୟ ଭାଇ ରାହୁଲ ତମ୍ବୁରେଲୀଙ୍କ ବିବାହରେ ପହଂଚିଥିଲେ । ଏଠାରେ ପ୍ରିୟଙ୍କା ଏବଂ ନିକ ଦୁହେଁ ଦୁହିଁଙ୍କ ହାତ ଧରି ଚାଲୁଥିବାର ନଜର ଆସିଥିଲେ । ଦୁହେଁ ଏହା ପୂର୍ବରୁ ନ୍ୟୁୟର୍କର ଜେଏଫକେ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ପ୍ରିୟଙ୍କା ନିଜର ପର୍ସନାଲ ଲାଇଫ ବିଷୟରେ କେବେ କଥା ହୁଅନ୍ତି ନାହିଁ ଏବଂ ସେହିକାରଣରୁ ସେ ଏବେ ପର୍ଯ୍ୟନ୍ତ ନିକ ଜୋନସଙ୍କ ବିଷୟରେ କୌଣସି କଥା କହି ନାହାନ୍ତି ।

ଖବର ମୁତାବିକ ଦୁହିଁଙ୍କ ଡେଟର ଫଟୋ ସୋସିଆଲ ମିଡିଆରେ ନଜର ଆସିଲା ପରେ ଅନୁମାନ ଲଗାଯାଉଛି ଯେ ଏହି ସମ୍ପର୍କ କେବଳ ବନ୍ଧୁତା ନୁହେଁ ବନ୍ଧୁତା ଠାରୁ ଟିକେ ଅଧିକ ବୋଲି ଜଣା ପଡୁଛି । ଏଭଳି ଦୁହେଁ ସେହି ବିବାହକୁ ଆଟେଂଡ କରିବାରୁ ଲାଗୁଛି ପ୍ରିୟଙ୍କା ନିକଙ୍କ ପାଇଁ ଖୁବ ମହତ୍ତ୍ୱ ରଖୁଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ପ୍ରିୟଙ୍କା ଏବଂ ନିକ ପ୍ରଥମ ଥର ୨୦୧୭ରେ ମେଟ ଗାଲାରେ ଦେଖା ହୋଇଥିଲେ ।

More Candids. #priyankachopra #nickjonas

A post shared by Priyanka Chopra Fan Page ?? (@pcourheartbeat) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More