Only for Entertainment

ଉଡ଼ା ଖବରକୁ ନେଇ ସାମ୍ନାକୁ ଆସିଲା ଶାହିଦଙ୍କ ପ୍ରତିକ୍ରିୟା, ଡିମାଣ୍ଡ ନୁହେଁ ମୋତେ ଟଙ୍କା ଦରକାର

191

ନିକଟରେ ରିଲିଜ ହୋଇଥିବା ଶାହିଦ କପୂରଙ୍କ ଫିଲ୍ମ କବୀର ସିଂ’ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ଏହି ଫିଲ୍ମ ଶାହିଦ କପୂରଙ୍କ କ୍ୟାରିଅରର ସୁବଠାରୁ ହିଟ ଫିଲ୍ମ ଭାବରେ ପ୍ରମାଣିତ ହୋଇଛି । କିଛି ମିଡିଆ ରିପୋର୍ଟ ଅନୁସାରେ ଏହି ଫିଲ୍ମର ସଫଳତା ପରେ ଶାହିଦ କପୂର ତାଙ୍କ ଫିସ ବଢାଇ ୩୫ରୁ ୪୦ କୋଟି କରି ଦେଇଛନ୍ତି ।

ଫିସ ବଢାଇବା ଖବରକୁ ନେଇ ସାମ୍ନାକୁ ଆସିଛି ଶାହିଦ କପୂରଙ୍କ ପ୍ରତିକ୍ରିୟା । ଯେଉଁଥିରେ ଶାହିଦ କହିଛନ୍ତି, ମୋତେ କୌଣସି ଆମାଉଂଟ ପାଇଁ ମଧ୍ୟ ଫିଲ୍ମ ସାଇନ କରିବାର ଅଛି । ମୋତେ ଲାଗୁଛି ଯେଉଁମାନେ ଟଙ୍କା ରୋଜଗାର କରୁଛନ୍ତି ସେମାନେ ହେଉଛନ୍ତି ଭୂଷଣ କୁମାର ଏବଂ ମୁରାଦ ଖୈତାନୀ । ମୋ ପାଖରେ କେବଳ ସେହି ଟଙ୍କା ଅଛି ଯାହା ଫିଲ୍ମ କବୀର ସିଂ କରିବା ପୂର୍ବରୁ ଥିଲା । ଟଙ୍କା ପାଇଁ ମୋତେ କୌଣସି ଫିଲ୍ମ ସାଇନ କରିବାକୁ ପଡ଼ିବ । ତେବେ ଏହି କଥାରୁ ସ୍ପଷ୍ଟ ବାରି ହେଉଛିଯେ ଶାହିଦ ଫିଲ୍ମକୁ ନେଇ ଫିସ ବଢାଇ ନାହାଁନ୍ତି ବା କିଛି ଡିମାଣ୍ଡ କରୁନାହାଁନ୍ତି ଏବଂ ଏହା ଏକ ଉଡ଼ା ଖବର ବୋଲି ସେ ପ୍ରମାଣିତ କରି ଦେଇଛନ୍ତି ।

କହିରଖୁଛୁ କବୀର ସିଂ’ ଫିଲ୍ମ ପ୍ରାୟ ୨୭୦ କୋଟି ୩୩ ଲକ୍ଷ ରୋଜଗାର କରି ସାରିଲାଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More