Only for Entertainment

‘ମିତ୍ରୋଁ’ର ଏହି ରୋମାଣ୍ଟିକ ଗୀତ ସୋସିଆଲ ମିଡିଆରେ ମଚାଇଲା ଧମାଲ, ଦେଖନ୍ତୁ ।

DNA India
0 36

ବଲିଉଡର ନୂଆ ଯୋଡି ଜ୍ୟାକି ଭଗନାନୀ ଏବଂ କୃତିକା କାମରାଙ୍କ ଫିଲ୍ମ ‘ମିତ୍ରୋଁ’ର ଦ୍ୱିତୀୟ ଗୀତ ‘ସୱରନେ ଲଗେ’ ରିଲିଜ କରିଦିଆଯାଇଛି । ଫିଲ୍ମର ପ୍ରଥମ ଗୀତ ‘ଦ ପାର୍ଟି ଇଜ ଓଭର ନାଓ’ ଇଣ୍ଟରନେଟରେ ଧମାଲ କରିଥିଲା । ଏହି ଗୀତକୁ ହନି ସିଂ ଗାଇଥିଲେ । କିନ୍ତୁ ଫିଲ୍ମର ଦ୍ୱିତୀୟ ଗୀତ ପ୍ରଥମ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ଫିଲ୍ମରେ ଜ୍ୟାକି ଏବଂ କୃତିକାଙ୍କ ମଧ୍ୟରେ ସିଜଲିଂ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ରିଲିଜ ହେବାର କିଛି ସମୟ ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଗୀତଟିକୁ ଖୁବ ପସନ୍ଦ କରିଛନ୍ତି ।


ଫିଲ୍ମର ଲିଡ ଷ୍ଟାର ଜ୍ୟାକି ଭଗନାନୀ ଟ୍ୱିଟ କରି ଫିଲ୍ମର ଦ୍ୱିତୀୟ ଗୀତ ‘ସୱରନେ ଲଗେ’ର ରିଲିଜ ବିଷୟରେ ସୂଚନା ଦେଇଥିଲେ । ଏହି ଗୀକତୁ ଗାଇଛନ୍ତି ଜୁବିନ ନୌଟିୟାଲ । ଏହି ଫିଲ୍ମରେ ପ୍ୟାର, ଦୋସ୍ତି ଏବଂ ହସ ମଜାକ ସବୁ କିଛି ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ କୃତିକା କାମର ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ ୧୪ ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More