Only for Entertainment

ଏଭଳି ଏକ ଦେଶ ଯେଉଁଠି କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା, ଦୀପାବଳିର ଠିକ ପୁର୍ବ ଦିନ ପାଳନ କରାଯାଇଥାଏ ଏହି ପର୍ବ !

indianexpress
17

ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଘର ସଜାଇବା ଠାରୁ ଆରମ୍ଭ କରି ଉପହାର କିଣା ପର୍ଯ୍ୟନ୍ତ ପ୍ରାୟ ସବୁ କାମ ଜାରି ରଖିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଦୀପାବଳିର ଗୋଟେ ଦିନ ପୂର୍ବରୁ କୁକୁରଙ୍କୁ କରାଯାଏ ପୂଜାର୍ଚ୍ଚନା। ଏହି ଦେଶଟି ହେଲା ଆମର ପଡ଼ୋଶୀ ଦେଶ ନେପାଳ। ଏଠାରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଏପରି ଏକ ପୂଜାର୍ଚ୍ଚନା କରାଯାଏ। ଏହାକୁ କୁକୁରପର୍ବ ବୋଲି କୁହାଯାଇଥାଏ।

ସୂଚନା ଅନୁଯାୟୀ, ଭାରତର ପଡୋଶୀ ଦେଶ ନେପାଳରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଏକ ପୂଜାର୍ଚ୍ଚନା କରାଯାଇଥାଏ । ଏହି ପର୍ବକୁ କୁକୁର ପର୍ବ ବୋଲି କୁହାଯାଇଥାଏ। ଏହି ପର୍ବରେ କୁକୁରମାନଙ୍କୁ ପୂଜା କରାଯାଇଥାଏ। ନେପାଳରେ ପାଳିତ ହେଉଥିବା କୁକୁର ପର୍ବକୁ ଲୋକମାନେ ବେଶ ଧୁମଧାମରେ ପାଳନ କରିଥାନ୍ତି। ଏହି ଉତ୍ସବରେ ନେପାଳର ସମସ୍ତ କୁକୁରଙ୍କୁ ପୂଜା କରାଯାଇଥାଏ । କେବଳ କୁକୁର ନୁହେଁ ନେପାଳରେ ସମସ୍ତ ପଶୁଙ୍କୁ ଦୀପାବଳିର ଗୋଟେଦିନ ପୂର୍ବରୁ ପୂଜା କରାଯାଇଥାଏ କିନ୍ତୁ କୁକୁରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ।

ନେପାଳରେ ଦୀପାବଳିକୁ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଇଥାଏ । କିନ୍ତୁ ଦୀପାବଳି ପୂର୍ବରୁ କାଉ ପୂଜା ଏବଂ କୁକୁର ପୂଜା କରାଯାଇଥାଏ । ଦୀପାବଳିର ଦୁଇଦିନ ପୂର୍ବରୁ ନେପାଳର ଲୋକମାନେ କାଉ ପୂଜା କରିଥାନ୍ତି । ଏହି ପୂଜାରେ ଲୋକମାନେ ସକାଳୁ ସକାଳୁ ଉଠି ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି କାଉମାନଙ୍କୁ ଖାଇବାକୁ ଦେଇଥାନ୍ତି । କାଉ ପୂଜାର ଗୋଟେ ଦିନ ପରେ ଅର୍ଥାତ ଦୀପାବଳିର ଗୋଟେ ଦିନ ପୂର୍ବରୁ କୁକୁରଙ୍କୁ ପୂଜା କରାଯାଇଥାଏ । ନେପାଳରେ ଏପରି କାଉ ଏବଂ କୁକୁରଙ୍କୁ ପୂଜା କରିବା ପଛରେ କିଛି ଧାର୍ମିକ କାରଣ ରହିଛି । ଏଠାକାର ଲୋକମାନେ ମାନିଥାନ୍ତି କି, କୁକୁର ହେଉଛି ଯମରାଜାଙ୍କର ଦୁତ ତେଣୁ କୁକୁରଙ୍କୁ ପୂଜା କଲେ ଯମରାଜ ଖୁସି ହୋଇ ବର ପ୍ରଦାନ କରିଥାନ୍ତି । ଏହି କାରଣ ପାଇଁ ନେପାଳରେ କୁକୁରମାନଙ୍କୁ ପୂଜା କରାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More