Only for Entertainment

ସଲମାନଙ୍କ ‘ରେସ-୩’ ସହିତ ରହିଛି ସନି ଦେଓଲଙ୍କ ସ୍ପେଶାଲ କନେକ୍ସନ !

India
0 34

ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ରେସ-୩’ ଆଜି ରିଲିଜ ହୋଇଛି । ଅଭିନେତା ବବି ଦେଓଲ ଏହି ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି । ଫିଲ୍ମରେ ବବିଙ୍କୁ ଦମଦାର ଲୁକ୍ସରେ ଦେଖିବାକୁ ମିଳିଛି । ଫିଲ୍ମ ପାଇଁ ସେ ନିଜକୁ ଖୁବ ପରିବର୍ତ୍ତନ କରିଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି । ବବିଙ୍କ ଏହି ଫିଲ୍ମକୁ ନେଇ ଦେଓଲ ପରିବାର ଖୁବ ଉତ୍ସାହିତ ଅଛନ୍ତି । ନିକଟରେ ସନି ଦେଓଲ ଟ୍ୱିଟ କରି ବବି ଦେଓଲଙ୍କୁ ‘ରେସ-୩’ ପାଇଁ ଶୁଭକାମନା ଜଣାଇବା ସହିତ ଫିଲ୍ମ ସହିତ ତାଙ୍କର ଏକ ସ୍ପେଶାଲ କନେକ୍ସନ ଥିବା କହିଛନ୍ତି ।


ସନି ଟ୍ୱିଟ କରି ଲେଖିଥିଲେ, ‘ମୋ ଛୋଟ ଭାଇ ଅଲ ଦ ବେଷ୍ଟ । ୧୭ ବର୍ଷ ପୂର୍ବେ ଏହି ଦିନରେ ‘ଗଦର’ ରିଲିଜ ହୋଇଥିଲା । ଗଦର ପରି ‘ରେସ-୩’ କୁ ମଧ୍ୟ ଐତିହାସିକ ସଫଳତା ମିଳୁ । ‘ରେସ-୩’ର ପୁରା ଟିମକୁ ମୋର ଭଲପାଇବା ।

ଆପଣଙ୍କୁ କହିରଖୁଛୁ ଯେ ସନି ଦେଓଲ ଏବଂ ଅମୀଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର: ଏକ ପ୍ରେମ କଥା’ ୧୫ ଜୁନ ୨୦୦୧ରେ ରିଲିଜ ହୋଇଥିଲା । ଫିଲ୍ମରେ ଅମ୍ବରିଶ ପୁରୀ ନେଗେଟିବ ରୋଲରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଖୁବ ଧମାଲ କରିଥିଲା । କିନ୍ତୁ ଫିଲ୍ମର କାହାଣୀ ଭାରତ-ପାକିସ୍ତାନ ଉପରେ ଆଧାରିତ ହୋଇଥିବାରୁ ସେ ସମୟରେ ଖୁବ ବିବଦରେ ରହିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More