Only for Entertainment

ଜଙ୍ଗଲରେ ମରି ପଡ଼ିଥିଲା ଶାଗୁଣା, ପିଠିରେ ସୋଲାର ପ୍ୟାନେଲ ଏବଂ ପାଦରେ ଥିଲା ଟ୍ରାନ୍ସମିଟର ।

Salt Lake Tribune
44

ଫରିଦାବାଦର ସିକରୋନା ଗାଁର ଜଙ୍ଗଲରେ ଗାଁ ଲୋକ ଏକ ମୃତ ଶାଗୁଣାକୁ ଦେଖିଲେ, ଯାହା ଠାରୁ ସୋଲାର ପ୍ୟାନେଲ ଏବଂ ଟ୍ରାନ୍ସମିଟର ଭଳି ଜିନିଷ ମିଳିଲା । ଏହି ଘଟଣା ପରେ ଗାଁ ଲୋକଙ୍କ ମଧ୍ୟରେ ଚାଂଚଲ୍ୟ ଖେଳିଗଲା । ତେବେ ଏହି ଘଟଣା ଦେଖିବା ପରେ ଗାଁ ଲୋକ ଏହାକୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୋଲି ଭାବୁଛନ୍ତି ।କାରଣ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂପର୍କ ଭଲ ନାହିଁ । ଏହି ମଧ୍ୟରେ ଅନୁମାନ କରାଯାଉଛିଯେ ଏହା ପାକିସ୍ତାନ ବା ଆତଙ୍କବାଦୀ ସଙ୍ଗଠନର କାର୍ଯ୍ୟ ହୋଇପାରେ । ଅବଶ୍ୟ ଗାଁ ଲୋକ ଶାଗୁଣାକୁ ପୋଲିସକୁ ହସ୍ତାନ୍ତର କରି ଦେଇଛନ୍ତି । ପୋଲିସ ଏହାର ଯାଂଚ କରୁଛି ।

କହିରଖୁଛୁଯେ ପ୍ରଥମେ ଗାଁ ଲୋକ ସରପଂଚଙ୍କୁ ଜଣାଇଥିଲେ । ସରପଂଚ ବିଳମ୍ବ ନ କରି ଘଟଣା ସ୍ଥଳରେ ପହଂଚିଲେ । ଯାଂଚ କରିବା ପରେ ସୋଲାର ପ୍ୟାନେଲ ଏବଂ ଟ୍ରାନ୍ସମିଟର ପାଇଲେ । ଏହାପରେ ସୂଚନା ପୋଲିସକୁ ଦେଲେ । ପୋଲିସ ତାକୁ ୱାଇଲଡ ଲାଇଫ ଅଧିକାରୀଙ୍କୁ ହସ୍ତାନ୍ତର କରିଛି, ଯାହାର ଆଜି ପୋଷ୍ଟମର୍ଟମ କରାଯିବ ।

ଏହା ସହିତ ଏବେ ଡିଭାଇସର ଯାଂଚ କରାଯାଉଛି ।

ସୌଜନ୍ୟ bollywood tadka
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More